ଗୁଣ୍ଡିମାରେ ଶ୍ରେଣୀ ଗୃହ ଅଭାବ ବାରଣ୍ଡାରେ ଚାଲିଛି ପାଠ ପଢା

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବିନିମୟରେ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସ୍ମାର୍ଟ ଶ୍ରେଣୀ ଗୃହ, ଖେଳ ପଡ଼ିଆ , ଶୌଚାଳୟ, ବଗିଚା, ପାଚେରୀ ନିର୍ମାଣ ହେଉଛି । ଯେଉଁଠି ପିଲାମାନେ ଉଚିତ ଶିକ୍ଷା ପାଈ ପାରିବେ ହେଲେ ଗଜପତି ଜିଲ୍ଲାରେ ଅନେକ ବିଦ୍ୟାଳୟ ରହିଛି ଯେଉଁଠି ବ୍ଲକ ପ୍ରଶାସନର ନଜର ପଡୁନି । ମୋହନା ବ୍ଲକର ଅଡ଼ବା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିମା ଗ୍ରାମରେ ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ସେଠାରେ ଶ୍ରେଣୀ ଗୃହ ରହିଛି ୪ଟି । ଏଠାକାର ଛାତ୍ର ଛାତ୍ରୀ ସଂଖ୍ୟା ୧୨୮ । ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢାଯାଉଛି । ଚତୁର୍ଥ ଶ୍ରେଣୀ ପିଲାଙ୍କୁ ବାରଣ୍ଡାରେ ପାଠ ପଢା ଯାଉ ଥିବା ବେଳେ ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟ ବାରଣ୍ଡାର ଦୁଇ ପାର୍ଶ୍ଵରେ ବସାଇ ପାଠ ପଢ଼ା ଯାଉଥିବା ଦେଖିବାକୁ ମିଳିଛି । ଗୋଟିଏ ସ୍ଥାନରେ ଦୁଇଟି ଶ୍ରେଣୀକୁ ପାଠ ପଢାଇବା କାଠିକର ପାଠ ହେଉଛି । ଛାତ୍ର ଛାତ୍ରୀଙ୍କ ପାଇଁ ବର୍ଷା ଦିନେ ପାଠ ପଢ଼ାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶିକ୍ଷକମାନେ। ପିଲାଙ୍କ ପାଇଁ ବିଦ୍ୟାଳୟରେ ନାହିଁ ଶୌଚାଳୟ। ଯାହାଦ୍ୱାରା ଛାତ୍ର ଛାତ୍ରୀ ମାନେ ବାଧ୍ୟ ହୋଇ ବାହାରକୁ ପରିଶ୍ରା ଓ ଶୌଚ କରିବା ପାଇଁ ଯାଉଛନ୍ତି । ବିଦ୍ୟାଳୟରେ ପାଚେରୀ ନଥିବାରୁ ହିଂସ୍ରଜନ୍ତୁଙ୍କ ଭୟ  ରହୁଛି । ବିଦ୍ୟାଳୟ ପରିସରରେ ଖେଳ ପଡ଼ିଆ ନଥିବାରୁ ପିଲା ମାନେ ଖେଳକୁଦରୁ ବଞ୍ଚିତ ରହୁଛନ୍ତି । ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଶ୍ରେଣୀ ଗୃହ, ଶୌଚାଳୟ, ପାଚେରୀ ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବିଭାବକ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ