ସ୍ୱାମୀ ଶିବାନନ୍ଦ ସରସ୍ୱତୀ ସତସଙ୍ଗ ସମିତିର ମହିଳା ଭକ୍ତଙ୍କ ସତସଙ୍ଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଆଳିଜଙ୍ଗା ଗ୍ରାମର ଗ୍ରାମଦେବତୀ ମା’ ବାଇବରୁଣେଇଙ୍କ ପ୍ରାଙ୍ଗଣରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ସତସଙ୍ଗ ସମିତିର ମହିଳା ଭକ୍ତମାନଙ୍କ ଦ୍ୱାରା ଏକ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଭକ୍ତମାନେ ଭକ୍ତି ଓ ଶ୍ରଦ୍ଧାର ସହ ଗୁରୁପୂଜା କରିଥିଲେ । ସତସଙ୍ଗରେ ଯୋଗଦେଇ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ସନ୍ଥ ଶିବାନନ୍ଦଜୀ ମହାରାଜ ଓ ଚିଦାନନ୍ଦଜୀ ମହାରାଜଙ୍କ ନୀତି, ଆଦର୍ଶ ଓ ଗୀତା ଭାଗବତ ପ୍ରଭୃତିର କଥାବସ୍ତୁ ମାଧ୍ୟମରେ କିପରି ସମାଜର କଲ୍ୟାଣ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଶିବାନନ୍ଦ ଭଜନ ସନ୍ଧ୍ୟା ଦ୍ୱାରା ଭଜନ ପରିବେଷଣ ସମସ୍ତ ପରିବେଶକୁ ଭକ୍ତିରସରେ ପ୍ଳାବିତ କରିଦେଇଥିଲା । ଏହି ସତସଙ୍ଗରେ ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ଡଃ. ଅଭୟ କୁମାର ରାଉତ, ଯୋଗଗୁରୁ ସଞ୍ଜୟ କୁମାର ମଥାନଙ୍କ ସମେତ ଗ୍ରାମର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ । ଏହି ସତସଙ୍ଗ କାର୍ଯ୍ୟକ୍ରମକୁ ବାବା ନୃସିଂହ ଦାସ, ଶିବାନୀ, ବର୍ଷା, ସରୋଜ ମହାନ୍ତି, ପ୍ରଶାନ୍ତ ସ୍ୱାଇଁ, କୁଳମଣୀ ଦାସ, ଅନନ୍ତ ଲେଙ୍କା, ଜୟଦେବ ଦାସ, ରଜନୀକାନ୍ତ ସ୍ୱାଇଁ, ଧିରେନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଶ୍ରୀଧର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ