ନୌସେନା ଯବାନଙ୍କ ପାଇଁ ୱି ଆର୍ ବେଷ୍ଟ୍ ଫ୍ରେଣ୍ଡସ ଗୃପ୍ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗତ 14 ତାରିଖରେ ଛାତରୁ ପଡ଼ିଯାଇ ମୃତ୍ୟୁ ବରଣ କରିଥିବା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ପଂଚାୟତ ବାସୁଦେବପୁର ଗ୍ରାମର ନୌସେନା କର୍ମଚାରୀ କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ପାଇଁ ୱି ଆର୍ ବେଷ୍ଟ୍ ଫ୍ରେଣ୍ଡସ ଗୃପ୍ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ସ୍ଵର୍ଗତ କୃଷ୍ଣଚନ୍ଦ୍ରଙ୍କ ଏକାଦଶାହ ତିଥି ଅବସରରେ ତାଙ୍କ ବନ୍ଧୁ ମାନଙ୍କ ଦ୍ୱାରା ଗଠିତ ଆର୍ ବେଷ୍ଟ୍ ଫ୍ରେଣ୍ଡସ ଗୃପ୍ ର ସଦସ୍ୟ ମାନେ କୃଷ୍ଣଚନ୍ଦ୍ରଙ୍କ ଘର ସମ୍ମୁଖରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ କରିଥିଲେ I ଏହି ଶୋଭାଯାତ୍ରା ବାସୁଦେବପୁର, ବ୍ରାହ୍ମଣ ସାହି, ନୂଆପଡା ରାସ୍ତା, ଗୋବରା ବଜାର ପରିକ୍ରମା କରି ତାଙ୍କ ଘର ସମ୍ମୁଖରେ ସମାପ୍ତ ହୋଇଥିଲା I ଏହି ଶୋଭାଯାତ୍ରା ସମୟ ରେ ଗୋବରାବାସୀ ଭାବ ବିହ୍ଵଳ ହୋଇ ପଡିଥିବା ବେଳେ କୃଷ୍ଣ ଭାଇ ଅମର୍ ରହେ ଶବ୍ଦରେ ଗୋବରା ବଜାର ପ୍ରକମ୍ପିତ ହୋଇଥିଲା I କାର୍ଯ୍ୟକ୍ରମରେ ଗୃପ୍ ସଦସ୍ୟଙ୍କ ସମେତ ଗୋବରା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସମାଜସେବୀ ମଧ୍ୟ ଅଂଶଗ୍ରହଣ କରିଥିଲେ I


