ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଏଆଇଟିୟୁସି , ମୟୂରଭଞ୍ଜ ପକ୍ଷରୁ କରଞ୍ଜିଆ ଉପଖଣ୍ଡ ଶୁକୃଳି ବ୍ଳକର ଜାମୁନ୍ତି ପଞ୍ଚାୟତ ଠାରେ ମଇ ପହିଲା –ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଶତାଧିକ ଶ୍ରମିକ ସାଥୀମାନେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଜାମୁଡି ଗ୍ରାମ ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ । ଏଆଇଟିୟୁସି ତଥା ସିପିଆଇ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ବିଶ୍ଵର ମହାନ ପତାକା “ ଲାଲ ପତାକା ” କୁ ଉତ୍ତୋଳନ କରି ଶ୍ରମଜିବୀ ଜନଗଣଙ୍କୁ ମନେ ପକାଇ ଦେଇଥିଲେ ୧ ମେ ୧୮୮୬ ମସିହା ଶନିବାର , ତା’ର ଅତୀତର ସେହି ଲୁହ ଲହୁ ଭରା ସଂଗ୍ରାମର ଅଭୁଲା ସ୍ମୃତିକୁ । ଆଜି ସେହି “ ମଇ ପହିଲା ” ଶ୍ରମିକ ମାନଙ୍କର ଏକତା , ବଳିଦାନ, ତ୍ୟାଗର ଦିବସ , ଶ୍ରମ ଓ ଶ୍ରମିକର ବିଜୟର ଦିବସ ରୂପେ ବିଶ୍ଵ ଦରବାର ପାଳନ କରୁଛି । ବିଶ୍ଵର ପୁଞ୍ଜିବାଦୀ ଅର୍ଥନିତୀ ସଙ୍କଟ ଗ୍ରସ୍ତ । ଠିକ୍ ସେହି ସମୟରେ ମୂକ ସାକ୍ଷୀଥିବା ଅତୀତର ଇତିହାସ କଡ ଲେଉଟାଇବା ଆରମ୍ଭ କରି ଅପେକ୍ଷା କରିଛି ଏକ ନୂଆ ସକାଳର ରକ୍ତିମ ସୂର୍ଯ୍ୟୋଦୟକୁ । ଆମେ ଐକ୍ୟବଦ୍ଧ ହୋଇ ଗଢିବୁ ଏକ ନୂଆ ଦୁନିଆ , ଯେଉଁଠି ନଥିବ ଶୋଷଣ – କଷଣ , ଦୁର୍ନିତୀର ଗନ୍ଧ ଓ ଅମାନବୀୟ ଦାସତ୍ଵ ପ୍ରଥା , ଆଉ ଖୁବ ଆଗାମୀ ପିଢି ପାଇଁ ବୈଜ୍ଞାନିକ ଦର୍ଶନ ସିଦ୍ଧ ସମାଜବାଦ ଓ ସାମ୍ୟବାଦ ପ୍ରତିଷ୍ଠାର ମହାମନ୍ତ୍ର । ପୁଞ୍ଜିବାଦୀ ରାଷ୍ଟ୍ର ମାନଙ୍କର ଉଦାରୀକରଣ , ଘରୋଇକରଣ ଓ ଜଗତୀକରଣର ରାହୁଗ୍ରାସି ନୀତି ଅନୁକରଣ ଫଳରେ ସମଗ୍ର ଶ୍ରମିକ , କୃଷକ ଓ ସାଧରଣ ଜନତା ବିପର୍ଯ୍ୟସ୍ତ । ଚାଷି ଜମିକୁ ପାଣି ନାହିଁ , ଖଣି – ଖାଦାନ – କଳ – କରାଖାନା ବନ୍ଦ , ନୂତନ ନିଯୁକ୍ତି ନାହିଁ , ଶ୍ରମିକ ଛଟେଇ ଋଲିଛି । ଆର୍ନ୍ତଜାତୀୟ ଶ୍ରମ ନିଘଣ୍ଟ ୮ ଘଣ୍ଟା ପରିବର୍ତ୍ତେ ୧୦ ରୁ ୧୨ ଘଣ୍ଟା ଶ୍ରମ ଦେବାକୁ ପଡ଼ୁଛି । ଅହେତୁକ ଦରବୃଦ୍ଧି ତୁଳନାରେ ପାରିଶ୍ରମିକ ନଗଣ୍ୟ । ଅନ୍ୟ ପକ୍ଷରେ କେନ୍ଦ୍ର ବିଜେପି ସରକାର ଦେଶର ଜମି , ଖଣି , ପାଣି , ଜଙ୍ଗଲ , ପାହାଡ , ରତ୍ନ – ମହାରତ୍ନ , ଜୀବନ ବୀମା , ରେଳ , କୋଇଲା , ପେଟ୍ରୋଲିୟମ ଇତ୍ୟାଦି ଦେଶର ଧନ ସମ୍ପତ୍ତିିକୁ ଏକଚାଟିଆ , ମୁନାଫାଖୋର ବ୍ୟବସାୟୀଙ୍କ ହାତକୁ ଟେକିଦେବା ସହ ଭାରତବର୍ଷର ଧର୍ମ ନିରପେକ୍ଷ ନୀତି ପରିବର୍ତ୍ତେ ସାମ୍ପ୍ରଦାୟିକତାର ବିଭତ୍ସ ଚାରା ରୋପଣ କରି ଏକଛାତ୍ରବାଦୀ ଶାସକ ପାଲଟିଛନ୍ତି । ରାଜ୍ୟ ସରକାର ମଧ୍ୟ ଅନ୍ଧଭଳି କେନ୍ଦ୍ରର ଜନ ବିରୋଧି ନୀତିକୁ ସମର୍ଥନ ଦେଇ ନିଜକୁ ଧୃତରାଷ୍ଟ୍ର ଶାସକ ଭଳି ପରିଚୟ ଦେଉଛନ୍ତି । ଏ ଘଡିସନ୍ଧି ମୁହୂର୍ତ୍ତରେ ଆଜିର ୧୩୭ ତମ ମଇ ପହିଲା ବାର୍ଷିକୀରେ ସବୁ ବର୍ଗର ଶ୍ରମିକ , ଚାଷି , ମହିଳା , ଛାତ୍ର ଯୁବକ ଓ ବୁଦ୍ଧିଜୀବି ଏକତ୍ରିତ ହୋଇ ଲାଲ ପତାକା ତଳେ ଶପଥ ନେଇ ଯୁଗସ୍ରଷ୍ଟା କାର୍ଲ ମାର୍କ୍ସ’ଙ୍କ ଅମର ବାଣୀ “ ଦୁନିଆର ମଜଦୁର ଏକ ହୁଅ – ଏକ ହୁଅ ତୁ ସଂଗ୍ରାମର ମଇଦାନରେ ” ବୋଲି ଶ୍ରୀ ମିଶ୍ର ଉପସ୍ଥିତ ଶ୍ରମଜୀବିଙ୍କୁ ଆହ୍ବାନ ଦେଇଛନ୍ତି । ଏହି ବିଶ୍ବ ଶ୍ରମିକ ଦିବସ ସମାବେଶରେ ଜାମୁନ୍ତି ଶାଖା ସଂପାଦକ ଅଜିତ କୁମାର ବାରିକ, ସହ ସଂପାଦକ ଶଙ୍କର ନାୟକ, ଗନ୍ଧାରୀ ମହାନ୍ତ, କଳ୍ପନା ମହାନ୍ତ, ପଦ୍ମାବତୀ ନାଏକ ପ୍ରମୁଖ ଶ୍ରମିକ ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ । ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପରମେଶ୍ବର ମହାନ୍ତ, ମୌସୁମୀ ମହାନ୍ତ, ରଶ୍ମିତା ମହାନ୍ତ, ସୌରୀ ନାଏକ, ଗୋପାଳ ନାଏକ, ସମଲ ମହାନ୍ତ, କଲ୍ୟାଣୀ ନାଏକ, ଶିରିଶ ଚନ୍ଦ୍ର ଗିରି, ରଂଜୀତ ଲୋହାର, ବିଦ୍ୟାଧର ଲୋହାର, ସୋଦାମିନୀ ମହାନ୍ତ, ମୂରଲୀ ବାଗସିଂ, ପ୍ରଦୀପ ନାଏକ ପ୍ରମୁଖ ଶ୍ରମିକ ସାଥି ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ