ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ
ପୁରୀ, (ଯୁଗାବ୍ଦ ନ୍ୟୁଜ) :-ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ହେବ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବ । ଏହାପରେ ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠ ଅନୁକୂଳ ହେବ । ଶ୍ରୀନହର ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ରଥଖଳା ଉପରେ ଚାଳି ପକାଯାଇଛି । ମଙ୍ଗଳବାର ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି ଧଉରା କାଠ ରଥଖଳାରେ ରଖାଯାଇଛି । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତ ପାରେ ଅପରାହ୍ନ ୪ଟାରେ ଆଜ୍ଞାମାଳ ବିଜେ ହେବ । ପରେ ବିଧିବଧ ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବାନ୍ଧାଇ ସ୍ବତନ୍ତ୍ର କୁରାଢ଼ିରେ ରଥ ନିର୍ମାଣ ଅନୁକୂଳ କରିବେ । ଏହା ପରଦିନଠୁ ଶ୍ରୀନହର ସମ୍ମୁଖ ଚାଳିଆରେ ପବିତ୍ର ଘୋଷ ଯାତ୍ରା ପାଇଁ ୩ଟି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଚକ ନିର୍ମାଣ କରିବେ ମହାରଣା ସେବାୟତ ।


