ଭିତ୍ତିପ୍ରସ୍ତର ସ୍ଥାପନକୁ ପୁରିଲା ଚାରି ମାସ : ମାର୍କେଟ୍ କମ୍ପ୍ଲେକ୍ସ ଫେଭର ବ୍ଲକ ରାସ୍ତା ନିର୍ମାଣ କେବେ ?
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ବସଷ୍ଟାଣ୍ଡ ନିକଟରେ ଥିବା ମାର୍କେଟ୍ କମ୍ଲେକ୍ସକୁ ଫେଭର ବ୍ଲକ ରାସ୍ତା ନିର୍ମାଣ କେବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ରାସ୍ତା ନିର୍ମାଣ ପାଇଁ ଚଳିତ ବର୍ଷ ଜାନୁଆରୀ ମାସରେ ମାନ୍ୟବର କ୍ରୀଡା ଓ ଯୁବ ବ୍ୟାପାର ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତୀଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଥିଲେ ମଧ୍ୟ ଏଯାବତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଅନ୍ୟପଟେ ରାସ୍ତା ନିର୍ମାଣ ପାଇଁ ରଖା ଯାଇଥିବା ସରଞ୍ଜାମ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ରୁ ଜଣାପଡେକି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ଉଦ୍ୟଶରେ ବସଷ୍ଟାଣ୍ଡ ନିକଟରେ ଥିବା ପ୍ଲଟକୁ ସୁଲଭ ମୂଲ୍ୟରେ ବ୍ୟବସାୟ କରିବା ପାଇଁ ଯୋଗାଇ ଦିଆଯାଇଥିଲା। ହେଲେ ଏହି ଯୋଜନା ସଠିକ୍ ଭାବେ କରା ନଯିବାରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଏହି ପ୍ଲଟ ଖାଲି ରହିବା ସହ ଆସ୍ତେ ଆସ୍ତେ କିଛି ବ୍ୟବସାୟୀ ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ରାସ୍ତା ଘାଟ ନଥିବାରୁ ଯିବା ଆସିବା କଷ୍ଟକର ହୋଇପଡ଼ିଥିଲା । ବାରମ୍ବାର ଦାବୀ ହେବା ଫଳରେ କୋଣାର୍କ ବିଜ୍ଞାପିତ ପରିଷଦ ପକ୍ଷରୁ ଗତ ତା ୬/୧/୨୦୨୨ ରିଖ ଦିନ ମାନ୍ୟବର ମନ୍ତ୍ରୀ ଏକ ଫେଭର ବ୍ଲକ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । କିନ୍ତୁ ଦୁଃଖର ବିଷୟ ଏହି ଭିତ୍ତିପ୍ରସ୍ତରକୁ ଚାରିମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଅନ୍ୟପଟେ ରାସ୍ତା ନିର୍ମାଣ ପାଇଁ ରଖାଯାଇଥିବା ସରଞ୍ଜାମ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଥିବା ଦେଖିବାକୁ ମିଳିଛି । ପୌର ନିର୍ବାଚନକୁ ଆଖି ଆଗରେ ରଖି ଏପରି ଥୋପ ପକା ଯାଇଥିବା ସ୍ଥାନୀୟ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ଆଗକୁ ବର୍ଷା ଦିନ ଆସୁଥିବାରୁ ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଦାବୀ ପ୍ରକାଶ କରିଛନ୍ତି ।