ପୁରୁଣା ପେନ୍‌ସନ୍ ଦାବିରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବର୍ଗର ନୂତନ ପେନ୍‌ସନ୍ ଯୋଜନାଭୁକ୍ତ ସରକାରୀ କର୍ମଚାରୀମାନଙ୍କ ଏକ ବୈଠକ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡ଼ାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମାଧ୍ୟମିକ ଶିକ୍ଷକ ସଂଘ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅରୁଣ କୁମାର ପ୍ରାମାଣିକଙ୍କ ସଭାପତିତ୍ୱରେ ଏକ ବୈଠକ ଗରାପୁରସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପସ୍ଥିତ ବିଭିନ୍ନ ସଂଘର କର୍ମକର୍ତ୍ତାମାନେ ନୂତନ ପେନ୍‌ସନ୍ ଯୋଜନା ସମ୍ପର୍କରେ ବିଷୋଦଗାର କରିବା ସହ ଏହା ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପ୍ରତି ଉଦାସୀନ ମନୋଭାବ ଓ ଏକ ଉପହାସ ପୂର୍ଣ୍ଣ ଭତ୍ତା ପ୍ରଦାନର ବ୍ୟବସ୍ଥା ଯାହାକି ଅବସର ପରେ ସ୍ୱଳ୍ପ ଭତ୍ତାରେ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ନିଷ୍ପେଶିତ ଓ ଅବହେଳିତ ହେଉଛନ୍ତି । ସରକାରଙ୍କ ଏ ପ୍ରକାର କର୍ମଚାରୀ ମାରଣ ନୀତି ତଥା ନୂତନ ପେନ୍‌ସନ୍ ଯୋଜନାକୁ ହଟାଇ ପୁରୁଣା ପେନ୍‌ସନ୍ ଯୋଜନା ଅବିଳମ୍ବେ ପ୍ରଚଳନ କରିବାକୁ ଏହି ପ୍ରସ୍ତୁତି ବୈଠକରେ ଦାବି କରାଯାଇଛି । ଭାରତର ରାଜସ୍ଥାନ, ଛତିଶଗଡ଼, ପଶ୍ଚିମବଙ୍ଗ, ଦିଲ୍ଲୀ ଭଳି ଓଡ଼ିଶା ସରକାର ପୁରୁଣା ପେନସନ୍ ଯୋଜନା ୨୦୦୪ମସିହା ପୂର୍ବରୁ ଯେପରି ଥିଲା ସେହିପରି ଲାଗୁ ନକଲେ ବ୍ଲକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦୁର୍ବାର ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଉପସ୍ଥିତ କର୍ମକର୍ତ୍ତାମାନେ କହିିଥିଲେ । ବୈଠକରେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସଂଗଠନକୁ ନେଇ ଏକ ପୂର୍ଣ୍ଣାଙ୍ଗ ବୈଠକ କରାଯିବା ପାଇଁ ମାଧ୍ୟମିକ ଶିକ୍ଷକ ସଂଘ, କେନ୍ଦ୍ରାପଡ଼ା ଜିଲ୍ଲାର ସଭାପତି ଅରୁଣ କୁମାର ପ୍ରାମାଣିକଙ୍କୁ ଆବାହକ ଓ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡ଼ାଙ୍କୁ ସଂଯୋଜକ ଏବଂ ସେକ୍ ମହମ୍ମଦ ଫୟାଜଉଦ୍ଦିନଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏହି ବୈଠକରେ ମାଧ୍ୟମିକ ଶିକ୍ଷକ ସଂଘର ସଂପାଦକ ମନୋରଞ୍ଜନ ତ୍ରିପାଠୀ, ଉପ-ସଭାପତି ମହେଶ୍ୱର ସାହୁ, ପ୍ରଦୀପ ସାହୁ, ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଂପାଦକ ଅଶ୍ୱିନୀ କୁମାର ରାଉତ, ଉପ-ସଭାନେତ୍ରୀ କାକୁଲି ମଲ୍ଲିକ, ମୁଖପାତ୍ର ଭକ୍ତ ରଂଜନ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମଳିକ ଏବଂ ପ୍ରତ୍ୟେକ ବ୍ଲକର ସଭାପତି ଓ ସଂପାଦକ ଯଥା, ଅକ୍ଷୟ ଦାସ, ପ୍ରେମାନନ୍ଦ ଦାସ, ଦିବାକର ରାଉତ, ଚିତରଂଜନ ରାଉଳ, କେଦାର ବେହେରା, ସେକ୍ ଖତିବ୍‌, ଏମ୍‌.ଡ଼ି ଅସଗର ଅଲ୍ଲୀ, ବିଶ୍ୱବନ୍ଧୁ ଜେନା, ଅଜୟ ଦାସ, କୃଷ୍ଣଚନ୍ଦ୍ର ମଲ୍ଳିକ, ବିଶ୍ୱରଂଜନ ଦାଶ, ଅମୀୟ ଚୌଧୁରୀ, ଶିଶିର ଦାସ, ପ୍ରକାଶ ବେହେରା, ନାରାୟଣ ପାଢ଼ୀ, ଦପ୍ତରୀ ସଂଘର କର୍ମକର୍ତା ସୁରେନ୍ଦ୍ରନାଥ ସାହୁ, ରାଜସ୍ୱ ସେବା ସଂଘ, ଫାର୍ମାସିଷ୍ଟ, ଅମିନ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ