ଗଜପତି ଜିଲ୍ଲାରେ ହକି ଖେଳର ପ୍ରଦର୍ଶନ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର କ୍ରୀଡା ବିଭାଗ ତରଫରୁ ବିଭିନ୍ନ ଆବାସ ଆଶ୍ରମ ବିଦ୍ୟାଳୟର ଖେଳ ପଡିଆ ଠାରେ ହକି ପ୍ରଦର୍ଶନ କରାଯାଇଅଛି l ଏହି ପରିପକ୍ଷୀରେ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ନାଭାଲ ଟାଟା ହକି ଏଚପିସିର ତୃଣମୂଳ ସଂଯୋଜକ ଶ୍ରୀ ଶେଖର ଚନ୍ଦ୍ର ବେହେରା ଓ ଗଜପତି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ନଟବର ଗରଡ଼ା ଯୋଗଦେଇ ଜାତୀୟ କ୍ରୀଡା ହକି ଖେଳର ବିଭିନ୍ନ ସଂମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇ ଥିଲେ l ଗଜପତି ଜିଲ୍ଲାରେ ଖେଳାଳି ବାଭେ ଉଭା ହୋଇ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିବା ପାଇଁ ଦିଗଦର୍ଶନ ଦେଇଥିଲେ l ଏହା ପରେ ଏହି ଅଧିକାରୀ ମଙ୍କ ସହିତ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କ ସହ ହକି ଖେଳର ପ୍ରଦର୍ଶନ କରିଥିଲେ l ବିଶେଷ କରି ହରିଜନ ଓ ଆଦିବାସୀ ପିଲାଙ୍କୁ ଓଡିଶା ସରକାର ହକି ଖେଳରେ ଅଧିକ ଗୁରୁତ୍ୱ ଦିଆ ଯାଇଛି l ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ, ଗଜପତି ।


