ହୂମର ନିକଟରୁ 100 ଲିଟର ଦେଶୀ ମଦ ସହ ଜଣଙ୍କୁ ଗିରଫ କଲା ପୋଲିସ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମ ନିକଟରେ ଗୁରୁବାର 100 ଲିଟର ଦେଶୀ ମଦ ସହ ଜଣଙ୍କୁ ଗିରଫ କରିଛି ଛତ୍ରପୁର ପୋଲିସ l ଗିରଫ ବ୍ୟକ୍ତି ଜଣକ ଛତ୍ରପୁର ଅଞ୍ଚଳର ଚନ୍ଦନ ଚୌଧୁରୀ (27) ବୋଲି ଜଣା ପଡିଛି l ମିଳିଥିବା ସୂଚନା ମୁତାବକ ଖଲ୍ଲିକୋଟ ସିକିରି ଅଂଚଳରୁ 100 ଲିଟର ମଦ ନେଇ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଛତ୍ରପୁର ପୋଲିସ ଅଚାନକ ଭାବେ ଚଢ଼ାଉ କରି ମଦ ସହ ଚନ୍ଦନ କୁ ଗିରଫ କରିଛି l ଏନେଇ ଛତ୍ରପୁର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ