“କରୁଣା ଗୌରୀ ଆଶ୍ରୟସ୍ଥଳ” ରୁ ଘରକୁ ଫେରିଲେ ମହିଳା ଓ ଶିଶୁ : ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର କରାଯାଇଥିଲା

ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱାମୀର ଅନ୍ୟ ଯୁବତୀ ସହିତ ସମ୍ପର୍କ ଥିବା ଜାଣି ଅନ୍ୟ ଜଣେ ଯୁବକ ସହ ଛଅ ମାସର ଶିଶୁ ପୁତ୍ରକୁ ଧରି ଘରୁ ପଳାଇ ଯାଇ ପ୍ରତାରିତ ହେବା ପରେ ଆତ୍ମହତ୍ୟା ପାଇଁ ଉଦ୍ୟମ ବେଳେ ଉଦ୍ଧାର ହୋଇଥିବା ମହିଳାଙ୍କୁ କରୁଣା ଗୌରୀ ଆଶ୍ରୟସ୍ଥଳୀ ପକ୍ଷରୁ ପରିବାରକୁ ହସ୍ତାନ୍ତର କରାଯାଇଛି । ରେଳଧାରଣାରେ ଆତ୍ମହତ୍ୟା କରୁଥିବା ବେଳେ ସମ୍ପୃକ୍ତ ମହିଳାଙ୍କୁ ନିରଞ୍ଜନ ନାମକ ଭଦ୍ରବ୍ୟକ୍ତି ଉଦ୍ଧାର “କରୁଣା ଗୌରୀ ଆଶ୍ରୟସ୍ଥଳ” ଜିମାରେ ଦେଇଥିଲେ । ପ୍ରତିଭା ମାତ୍ରୁମଙ୍ଗଳ ସେବା କେନ୍ଦ୍ର “ରେ ମାଆକୁ ଏବଂ “ଅନ୍ୱେଷ ବାତ୍ସଲ୍ୟ ମମତା ଗୃହ” ରେ ପୁଅକୁ ରଖାଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଗଣେଶ୍ୱର ରାଉତ ବ୍ୟକ୍ତିଗତ ଭାବରେ ସମସ୍ତ ସହଯୋଗ କରିଥିବା ବେଳେ ପୀଡ଼ିତା ମହିଳା ଏବଂ ୬ ମାସର ପିଲାକୁ ଆଜି ତ ଶାଶୂ ସୁନାମଣି ସରେନ, ମାଆ ବାସନ୍ତି ହାଁସଦା ଭାଇ ଘାସିରାମ ମାଝୀ, ବାପା ଘନସା ହାଁସଦା ଓ ସ୍ୱାମୀ ସୁକଲାଲ ସରେନ୍ ସହିତ ଘରକୁ ପଠାଇ ଦିଆଯାଇଛି । ଅକ୍ତିଆରପୂରସ୍ଥିତ ଆଶ୍ରୟସ୍ଥଳରୁ ସକାଳ ଘ: ୯.୩୦ମିନିଟ ରେ ସମସ୍ତ ପ୍ରମାଣ ପତ୍ର ରଖି ମହିଳା ଓ ତାଙ୍କର ଶିଶୁଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନୁଷ୍ଠାନର ସମ୍ପାଦିକା ସସ୍ମିତା ହରିଚନ୍ଦନ ରାଉତ, ସଭାପତି ଅମୂଲ୍ୟ କୁମାର ମହାନ୍ତି, ସଦସ୍ୟ ପିୟୂଷ ନନ୍ଦୀ , ସୁଦର୍ଶନ ବେହେରା ସମସ୍ତ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହେରା, ମାନସୀ ସାହୁ, କବିତା ବେହେରା, ସାଲକା ମୁର୍ମୁ ସେବା ଯୋଗାଇ ଦେଇଥିଲେ । ଗତ ୫ ମାସ ମଧ୍ୟରେ ପାରିବାରିକ ହିଂସାରେ ପୀଡ଼ିତା ୨୧ ଜଣ ମାଆ ଭଉଣୀ ଏବଂ ସେମାନଙ୍କର ନିରୀହ ଶିଶୁଙ୍କର ସମସ୍ୟାକୁ ଖୁବ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରି ପାରିଥିବାରୁ ଗଣେଶ୍ୱର ରାଉତ ସନ୍ତୋଷ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ