ଛତ୍ରପୁର ରେ ନୃସିଂହ ଠାକୁରଙ୍କ ଜୟନ୍ତି ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ନୀଳକଣ୍ଠେଶ୍ୱର ସାହି ରେ ଥିବା ନୃସିଂହ ମନ୍ଦିର ପରିସରରେ ନୃସିଂହ ଠାକୁରଙ୍କ ଜନ୍ମ ଜୟନ୍ତି ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାତଃ ସମୟରୁ ପ୍ରଭୁ ନୃସିଂହକୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ହୋମ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପୁଜକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃସିଂହ ଠାକୁରଙ୍କ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ଠାକୁରଙ୍କ ପ୍ରତିମୂର୍ତ୍ତିକୁ ଏକ ବିମାନରେ ଉପବେସନ କରାଯାଇ ସହର ପରିକ୍ରମା କରାଯାଇଥିଲା । ସନ୍ଧ୍ୟାରେ ମନ୍ଦିର ସମ୍ମୁଖରେ ଭାରତଲୀଳା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ତାଡେପଲ୍ଲୀ ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଆଖପାଖ ଅଂଚଳରେ ନୃସିଂହ ଠାକୁରଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ