ମୋହନା ମେଡ଼ିକାଲରେ ରୋଗୀ ହନ୍ତସନ୍ତ : ବୁଲୁନି ପଙ୍ଖା କି ମିଳୁନି ପିଇବା ପାଣି 

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିକାଶ ରଥକୁ ଦ୍ରୁତ ଗତିରେ ନେଉଥିବା ବେଳେ ବାରମ୍ବାର ସରକାରଙ୍କ ନିର୍ଦେଶ କ୍ରମେ ମୁଖ୍ୟ ସଚିବ ମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ତଦାରଖ କରୁଛନ୍ତି । ରାଜ୍ୟର ଉର୍ଣ୍ଣତିକରଣ ଉପରେ ସେଭଳି କେନ୍ଦ୍ର ସରକାରଙ୍କ ମଧ୍ୟ ଅନେକ ସଚିବ ଗଜପତି ଜିଲ୍ଲା ଗସ୍ତ କରି ଫେରୁଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନଜର ପଡୁନି ମୋହନା ବ୍ଲକ ସଦର ମହକୁମାରେ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ । ଏପରିକି ସ୍ଥାନୀୟ ବିଡ଼ିଓ, ନୂତନ ବ୍ଲକ ଅଧକ୍ଷଙ୍କ ମଧ୍ୟ ନଜର ପଡୁନି ।ସମସ୍ୟା ଖବରକାଗଜରେ ପ୍ରକାଶ ପରେ ଦଉଡି ଚାଲି ଆଶାନ୍ତି ସମସ୍ୟାର ସମାଧାନ କରିବା ପାଇଁ। ମୋହନା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୋହନା ଉପରେ ପ୍ରତ୍ୟେକ ଦିନ ନିର୍ଭୟ କରନ୍ତି ୩୯ଟି ପଞ୍ଚାୟତ ହଜାର ହଜାର ଲୋକ । ହେଲେ ବହୁଦିନ ହେଲାଣି ଏହି ମେଡ଼ିକାଲରେ ୩୦ ଶଯ୍ୟା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଗୃହ ବ୍ୟବହାର ହେଉଛି । ଯେଉଁଠି କେବଳ ମାତ୍ର ୧୨ଟି ଶଯ୍ୟା ବ୍ୟବହାର ହେଉଛି । ରୋଗୀଙ୍କ ସେବା ପାଇଁ ଡାକ୍ତର ରହିଛନ୍ତି ୧୫। କିନ୍ତୁ ଉପସ୍ଥିତ ରହୁଛନ୍ତି ପ୍ରତ୍ୟେକ ଦିନ ଦୁଇରୁ ତିନି ଜଣ । ଅନେକ ଡାକ୍ତର ତିନି ଦିନ କର୍ଯ୍ୟରେ ଯୋଗ ଦେଇ ଚାଲିଯାନ୍ତି ନିଜ ଗ୍ରାମକୁ । ହେଲେ ରୋଗୀଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସୁବିଧା ଯୋଗାଇ ଆସୁଥିଲେ ମଧ୍ୟ ମୋହନା ବ୍ଲକରେ ତାହା ସ୍ବପ୍ନ। ବର୍ତ୍ତମାନ ଗ୍ରୀଷ୍ମର ପ୍ରଭାବ ସାରା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ମୋହନା ମେଡ଼ିକାଲରେ ରୋଗୀ ରହିବା ପାଇଁ କୌଣସୀ ସୁବିଧା ନାହିଁ । ମୁଖ୍ୟତଃ ରୋଗୀ ରହିବା ଗୃହରେ ଫଙ୍ଖା ଜମାରୁ ବୁଲୁନି । ୪ଟି ଫଙ୍ଖାରୁ ଦୁଇଟି ଅଚଳ । ସେହିପରି ରୋଗୀ ପ୍ରବେଶ ଦୁଆରରେ ମଧ୍ୟ ପଙ୍ଖା ବୁଲୁନି । ରୋଗୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଲାଗିଛି ଆକ୍ବାଗାର୍ଡ । ହେଲେ ଆକ୍ବାଗାର୍ଡରେ ନାହିଁ ପାଣି । ଦିନେ ଖଟିଆରେ ଚାଦର ପଡିଲେ ଆଉ ଦିନେ ପଡୁନି । କୌଣସି ରୋଗୀ ଚିକିତ୍ସା ସମୟରେ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ବ୍ୟବହାର ଚାଦରକୁ କୋଠରୀର ଏକ କଡେ ରଖିଦିଆଯାଉଛି । କିଛି ମାସ ତଳେ କାୟାକଳ୍ପ ଟିମ ଗସ୍ତକୁ ନେଇ ବେଶ ସାଜସଜ୍ଜା କରାଯାଇଥଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ । ସେହି ସମୟରେ ମୋହନା ବିଡ଼ିଓ ତାପସ୍ପିନି ହାସଁଦା ପରିଦର୍ଶନ କରି ତଦାରଖ କରିଥିଲେ । କିନ୍ତୁ ସେମାନେ ପରିଦର୍ଶନ କରି ଫେରିବା ପରେ ପୁଣି ସେହି ଅବସ୍ଥା । ନା ଅଛି ପିଇବା ପାଣି ନା ଅଛି ପଙ୍ଖା । ନା କୁ ମାତ୍ର ସ୍ୱାସ୍ଥ୍ୟ ସେବା । ତୁରନ୍ତ ରୋଗୀଙ୍କ ପାଇଁ ଆସୁଥିବା ବିଭିନ୍ନ ସେବା ଯଥା ପାନୀୟ ଜଳ, ପଙ୍ଖା, ଖଟିଆ , ଚାଦର ଭଳି ବିଭିନ୍ନ ସୁବିଧା ଯୋଗାଇବା ସହ କାର୍ଯ୍ୟରେ ଖିଲାପ କରୁଥିବା ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ