ମୋବାଇଲ ଚୋରି ସନ୍ଦେହ : ଯୁବକଙ୍କୁ ଟ୍ରକରେ ବାନ୍ଧି ବିପଜ୍ଜନକ ଭାବେ ଟ୍ରକ ଚଳାଇଲେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନୀଳାଚଳ ବଜାର ନିକଟ ଭୁତମୁଣ୍ଡାଇ ପୋଲ ଉପରେ ଜଣେ ଯୁବକଙ୍କୁ ଏକ ଟ୍ରକ ସମ୍ମୁଖରେ ବାନ୍ଧି ଟ୍ରକ ଚଳାଇବା ଦୃଶ୍ୟ ମୋବାଇଲରୁ ମୋବାଇଲକୁ ସୋସିଆଲ ମିଡିଆରେ ଘୁରି ବୁଲିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଯୁବକ ଜଣକ ପେଷାରେ ଜଣେ ଟ୍ରକ ଡ୍ରାଇଭର । ସେ ମୋବାଇଲ ଚୋରି କରିଥିବା ସନ୍ଦେହ କରି କେତେକ ଟ୍ରକ ଚାଳକ ଏପରି ଅମାନୁଷିକ କାଣ୍ଡ ଭିଆଇଛନ୍ତି । ଏଥିସହ ଏହାର ଭିଡିଓ କରି ଏହାକୁ ଭାଇରାଲ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଆଲୋଡନ ସୃଷ୍ଟି ହୋଇଛି । କାରଣ ଯୁବକ ଜଣକ ମୋବାଇଲ ଚୋରି କରିଥିବା ଆଇନ୍ ବ୍ୟବସ୍ଥାରେ ପ୍ରମାଣିତ ହୋଇ ନାହିଁ । କେବଳ ସନ୍ଦେହରେ ତାଙ୍କୁ ଏପରି ବିପଜ୍ଜନକ ଭାବେ ଦଣ୍ଡଦେବା ବେଆଇନ୍ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । କାରଣ ଯଦି ଯୁବକ ଜଣକ ଖସି ପଡିଥାନ୍ତେ ତାହା ହେଲେ ଟ୍ରକ ଚକା ତଳେ ତାଙ୍କ ଜୀବନ ଦୀପ ଲିଭି ଯାଇଥାନ୍ତା । କାରଣ ଟ୍ରକର ସମ୍ମୁଖରେ ଯୁବକଙ୍କୁ ବିପଦଜ୍ଜନକ ଅବସ୍ଥାରେ ବନ୍ଧା ଯାଇ ଟ୍ରକକୁ ଚଳା ଯାଇଥିଲା । ଏହି ଦୃଶ୍ୟକୁ ମଧ୍ୟ ଭିଡିଓ ରେକର୍ଡିଂ କରାଯାଇଥିଲା । ପରେ ଏହାକୁ ଭାଇରାଲ କରାଯାଇଥିଲା । ତେବେ ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ପଚାରିବାରୁ ଉତ୍ତର ମିଳିଲା ଆମ ନିକଟରେ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ନାହିଁ । ତେଣୁ ଭିଡିଓକୁ ଦେଖି ଅଭିଯୁକ୍ତକୁ ଧରିବା କାଠିକର ପାଠ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ