ସେଣ୍ଟ ଜାଭିୟର ହାଇସ୍କୁଲ ଓ ସମ୍ବାଦ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର
ହାଟଡିହି, (ବିକାଶ ବିଶ୍ୱାଳ) :-ସେଣ୍ଟ ଜାଭିୟର ହାଇସ୍କୁଲ ଓ ସମ୍ବାଦ ଆମ ଓଡିଶା ପକ୍ଷରୁ ହାଇସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶାର ସଂଯୋଜକ କିଶୋର ଆଚାର୍ଯ୍ୟ, ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତିଷ୍ଠାତା ଉଦୟନାଥ କରଙ୍କ ସଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟ ଅତିଥି ହାଟଡିହି ଜେ.ଏମ.ଏଫ.ସି କୋର୍ଟର ବିଚାରପତି ପ୍ରତିମା ସାହୁ ଆନୁଷ୍ଠାନିକ ଭାବେ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିବା ସହିତ ରକ୍ତର ବିକଳ୍ପ ନାହିଁ, ରକ୍ତଦାନ ମହାପୁଣ୍ୟ, ଏଣୁ ସମସ୍ତେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ଜ୍ୟୋତିସ୍ମାନ ପାଢ଼ୀ, ଏଲଟି ସୁଦର୍ଶନ ବେହେରା, ରାମନାଥ ମହାନ୍ତି, ସଶ୍ମିତା ଦେହୁରୀ, ଅଶୋକ କୁମାର ସୁର, ମଙ୍ଗଳି ଚରଣ ସାହୁ, ପୁର୍ଣ୍ଣ ମାଝୀ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ସାମ୍ବାଦିକ ପାର୍ଥ ସୌରଭ ସା, ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟଘରର ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ସ୍କୁଲର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ, ଶିକ୍ଷକ ରାଜେଶ ବେହେରା, ସୁଦୀପ୍ତା ଦାସ, ସୁଚିତ୍ରା ଦାସ, ତନୁଶ୍ରୀ ତନୟା ପହି, ସୁଚିସ୍ମିତା ବାରିକ, ସାସ୍ୱତୀ ପଲତା, ବ୍ରହ୍ମାନନ୍ଦ ମଲ୍ଲିକ, ନିରଞ୍ଜନ ସାହୁ, ଦୟାନିଧି ଚିନରା, ପ୍ରଶାନ୍ତ କୁମାର ଦାସ, ହିମାଶୁଂ ରଞ୍ଜନ ବାରିକ, ବିଜୟ କୁମାର ପହି, ସାଦ୍ୟାଲକ୍ଷ୍ମୀ ଜେନା, ପାର୍ଥସାରଥି ଜେନା, ସୁବ୍ରତ ଚୌଧୁରୀ, କବିତା ଜେନା, ଇତିଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଏହି ଶିବିରରୁ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାତା ଜୀବନଦାତା- ନିର୍ମଳ ଜେନା, ଆଲୋକ ସେଠୀ, ସନାତନ ବେହେରା, ପ୍ରସନ୍ନ କୁମାର ସାହୁ, ସୁଦୀପ୍ତ ଦାସ, ପ୍ରଦୀପ୍ତ ଶାସିନି, ସବୀତାରାଣୀ ମଲ୍ଲିକ, ପରମେଶ୍ୱର ମଲ୍ଲିକ, ରାଜେଶ ବେହେରା, ହିମାଶୁଂ ଶେଖର ସାହୁ, ବିଜୟ କୁମାର ପହି, ଅରୁଣ କୁମାର ମହାନ୍ତି, ନିରୋଜା ନଳିନୀ ନାୟକ, ଅନୁପମା ସା, ଶ୍ରୀକାନ୍ତ ପଟ୍ଟନାୟକ, ଅଞ୍ଜନ ମଲ୍ଲିକ, ଦୟାନିଧି ମହାଳିକ, ଦୀପକ ବେହେରା, ରଣଜିତ ଦାସ, ଶଙ୍କର୍ଷଣ ଚକ୍ରବର୍ତ୍ତୀ, ବାପି ଆଡି, କଳାକାର ସାହୁ, ସନ୍ତୋଷ ଖୁଣ୍ଟିଆ, ନୃଷିହଂ ଚରଣ ଦାସ, ରାଜେଶ କୁମାର ମୈକାପ, ଉଦୟନାଥ କର, ଅନ୍ନଦା ପ୍ରସାଦ ଜେନା, ଭାଗିରଥି ନାୟକ, ପ୍ରଭାତ ରଞ୍ଜନ ବେହେରା, ପ୍ରକାଶ ଚନ୍ଦ୍ର ମହାନ୍ତି ।


