ଘରକୁ ଘର ବୁଲି ଆବାସ ଯୋଜନା ବାଣ୍ଟିଲେ କାଉଁସିଲର ରଶ୍ମିତା ପାଢୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ୮ନଂ କାଉଁସିଲର ରଶ୍ମତା ପାଢୀ ଦେଇଥିବା ପ୍ରତିଶୃତି ରଖିଲେ ଓ ଘରକୁ ଘର ବୁଲି ଆଜିପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ନିର୍ବାଚନ ସମୟରେ ସେ ଭୋଟଭିକ୍ଷା କଲାବେଳେ ଆବଷ୍ୟକ ଥିବା ହିତାଧିକାରୀଙ୍କୁ ପ୍ରତିଶୃତି ଦେଇଥିଲେ । ନିଜ ଓାର୍ଡର ବାସିନ୍ଦାଙ୍କୁ ସମସ୍ତ ସରକାରୀ ଯୋଜନା ପହଁଚାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ।କାର୍ଯ୍ୟଦେଶ ବଣ୍ଟନ କରିବା ସମୟରେ ଯେଉଁମାନେ ଆବାସ ଯୋଜନା ପାଇଛନ୍ତି ସେମାନେ ଖୁସିବ୍ୟକ୍ତ କରିବା ସହ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟଦେଶ ଦେବା ସମୟରେ ତୁରନ୍ତ ଘରକାମ ଆରମ୍ଭ କରି ଶିଘ୍ର ଘରକାମ ସାରିବାକୁ ପରାମର୍ଶ ଦେଇଛନ୍ତି କାଉଁସିଲର ଶ୍ରୀମତି ପାଢୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ