ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ମୃତିଚାରଣ ସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ କରୁଣାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଶିକ୍ଷାବିତ୍ କାର୍ତ୍ତିକେଶ୍ୱର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ପ୍ରାକ୍ତନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବାରିକ, ଦିବ୍ୟସିଂ ନାୟକ, ରଘୁନାଥ ସାହୁ, ସୁରଜିତା ନାୟକ, ଜଗନ୍ନାଥ ପାତ୍ର, ବଳରାମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସମୟର ଶୀଳାବନ୍ଧୁ ସ୍ମରଣୀକା ପୁସ୍ତକ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ପୁତ୍ର ଅରୁଣ, ମନୋଜ, କ୍ଷୀରୋଦ, ଭଗୀରଥ, ପାର୍ଥଙ୍କ ସମେତ ପରିବାରବର୍ଗ ସହଯୋଗ କରିଥିଲେ ।


