ଅସ୍ତରଙ୍ଗ ପଞ୍ଚାୟତ ସମିତିର ପ୍ରଥମ ବୈଠକ

ନିମାପଡା, ( ସନ୍ତୋଷ ଦାଶ ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଭ୍ୟର୍ଥନା ଗୃହରେ ଆଜି ଅପରାହ୍ନରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ପ୍ରଥମେ ଉପସ୍ଥିତ ସମସ୍ତ ନୂତନ ସରପଞ୍ଚ ଓ ସମିତିସଭ୍ୟ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ | ଆୟୋ -ଜିତ ଅଧିବେଶନରେ ପାନୀୟ ଜଳ, କୃଷି ଓ ଉଦ୍ୟାନ କୃଷି, ପଶୁସମ୍ପଦ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ସୁରକ୍ଷା, ବିଦ୍ୟୁତ୍ ସେବା ଉପରେ ବିଶେଷ ଆଲୋଚନା ହୋଇଥିଲା | ନଗର ପଞ୍ଚାୟତ ସରପଞ୍ଚ ବିଜୟ ଖଣ୍ଡୁଆଳ ପାନୀୟ ଜଳ ସମସ୍ୟା ଉପରେ କହିଥିଲେ ଯେ, ତାଙ୍କ ପଞ୍ଚାୟତ ସବୁଠୁ ବଡ଼ ପଞ୍ଚାୟତ ଦୃଷ୍ଟିକୋଣରୁ ଖରାଦିନେ ଅଧିକ ଟ୍ୟାଙ୍କର ନ ହେଲେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ହେଉନାହିଁ | ପାନୀୟ ଜଳର ସମସ୍ୟାକୁ ଦୂର କରିବାକୁ ସେ ଅନୁରୋଧ କରିଥିଲେ | ନୂଆଗଡ ସମିତି ସଭ୍ୟ ରାମଚନ୍ଦ୍ର ନାୟକ ମଧ୍ୟ ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ କ୍ରୀଡା ମନ୍ତ୍ରୀକୁ ଅନୁରୋଧ କରିଥିଲେ | ପ୍ରତି ପଞ୍ଚାୟତରେ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟଭତ୍ତା କିଭଳି ସୁଚାରୁରୂପେ ପ୍ରଦାନ କରାଯିବ ସେ ଦିଗରେ ସ ବିଶେଷ ଆଲୋଚନା କରାଯାଇଥିଲା | ଆୟୋଜିତ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଯୁବ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା, ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ୧ ଓ ୨ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ସରସ୍ୱତୀ ସ୍ୱାଇଁ ଓ ବନିତା ବେହେରା, ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୟ ମିଶ୍ର, ପ୍ରତି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ବ୍ଲକ ଅଧିନସ୍ଥ ବିଭିନ୍ନ ବିଭାଗର ଅଧିକାରୀ ଓ ଏବିଡିଓ ଯୋଗେନ୍ଦ୍ର ମହାକୁଡ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ | ଅସ୍ତରଙ୍ଗ ବିଡ଼ିଓ ବେବିତା ମଞ୍ଜରୀ ନାୟକ ଏହି ସଭାକୁ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ