ନୋଳିଆ ନୂଆଗାଁ ସ୍ଥିତ ସମୁଦ୍ର କୁଳିଆ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ ଓ ପିଡି 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ,  ସହରାଞ୍ଚଳ ଓ ସମୁଦ୍ର ବେଳାଭୂମି ମାନଙ୍କରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜାରି ରହିଛି l ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନୋଳିଆ ନୂଆଗାଁ ସ୍ଥିତ ସମୁଦ୍ର କୁଳିଆ ଅଞ୍ଚଳ ପରିଦର୍ଶନ କରି ବିଜୁ ପଟନାୟକ ବେଳାଭୂମି ର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ଏହି ପରିଦର୍ଶନ ବେଳେ ଡିଆରଡିଏ ର ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ