ଚାରିଛକ ଫାଣ୍ଡି ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ
ନିମାପଡା ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଚାରିଛକ ଫାଣ୍ଡି ପକ୍ଷରୁ ଆଜି ସଂଧ୍ୟା ରେ ଫାଣ୍ଡି ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ କଲେଜ ଅଧକ୍ଷ ଗୋପୀନାଥ କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମାପଡା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର, ନିମାପଡା ଥାନା ଆଇଆଇସି ଶଙ୍କର୍ଷଣ ଦଳାଇ, ଚାରିଛକ ଫାଣ୍ଡି ଅଧିକାରୀ ଶିଶିର କୁମାର ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ମିତ୍ର ପ୍ରମୁଖ ଯୋଗ ଦେଇଥିଲେ । ପୋଲିସ ର ଭୂମିକା ଓ ପୋଲିସ ର ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ସହିତ ବିଭିନ୍ନ ସମସ୍ୟାର କିପରି ସମାଧାନ ହୋଇପାରିବ ସେ ସମ୍ପର୍କରେ ଉପସ୍ଥିତ ବରିଷ୍ଠ ନାଗରିକ ମାନ ଙ୍କ ଠାରୁ ଏସ ଡି ପିଓ ଶ୍ରୀଯୁକ୍ତ ମିଶ୍ର ମତାମତ ଗ୍ରହଣ କରିଥିଲେ । ଜନ ସାଧାରଣ ଙ୍କ ସହଯୋଗ ରେ ପୋଲିସ କିପରି ଚୋରି,ଡକାୟତି, ଚୋରା ମାଦକଦ୍ରବ୍ୟ ବିକ୍ରୀ , ଧଳାଜହର କାରବାର କୁ ନିୟନ୍ତ୍ରଣ କରିବା ସହିତ ଟ୍ରାଫିକ ସମସ୍ୟା କୁ ଶୃଙ୍ଖଳିତ କରିପାରିବ ତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ଏ ଦିଗରେ ଯଥା ସମ୍ଭବ ପଦକ୍ଷେପ ନେବେ ବୋଲି କହିଥିଲେ । ଏହି ବୈଠକ ରେକୃଷକ ନେତା ସନାତନ ପାତ୍ର, ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କର, ସଂପାଦକ ବସନ୍ତ ଦାସ, ମହେନ୍ଦ୍ର ନାୟକ, ମିଟୁ ସ୍ଵାଇଁ, ପ୍ରକାଶ ସାହୁ, ପ୍ରଭାତ ଦାଶ, ଅରକ୍ଷିତ ଭୋଇ, କେଦାର ନାଥ ସାହୁ, ବିଶ୍ଵନାଥ ତ୍ରିପାଠୀ, ଅଭିମନ୍ୟୁ ପଣ୍ଡା, ଗୋବିନ୍ଦ ମଳିକ, ଶଙ୍କରସ୍ଵାଇଁ, ସନ୍ତୋଷ ତ୍ରିପାଠୀ, ବନ ବିହାରୀ ଦାଶ ରମା ରମଣ ଦେବପାତ୍ର, ପୂର୍ଣ୍ଣ ଓଝl, ପ୍ରଶାନ୍ତ ବେହେରା, ଅଭିମନ୍ୟୁ ପଣ୍ଡା, ସମେତ ଶତାଧିକ ବୁଦ୍ଧିଜୀବୀ, ନାଗରିକ, ଗଣମାଧ୍ୟମ ପ୍ରତିନିଧି ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଫାଣ୍ଡି କୁ ତୁରନ୍ତ ଥାନା ର ମାନ୍ୟତା ପ୍ରଦାନ କରିବାକୁ ଓ ଏକ ଭ୍ୟାନ ଯୋଗାଇଦେବାକୁ ଏକ ଦାବିପତ୍ର ଏସ ଡି ପି ଓ ଙ୍କୁ ପ୍ରଦାନ କରାଯାଇଥିଲା।


