ଜାମଦା ଶ୍ରମିକଙ୍କୁ ଦହି , ଚୂଡ଼ା, ଗୁଡ଼, ଭିଜା ବୁଟ ଓ ଫଳ ମିଶ୍ରଣର ଖାଦ୍ୟ ବଣ୍ଟନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକର କଠିନ ପରିଶ୍ରମ କରୁଥିବା ଶ୍ରମିକଙ୍କୁ ୟୁନାଇଟେଡ୍ ଫୋର୍ ସୋସ୍ଆଲ୍ ଇଣ୍ଟ୍ରେଷ୍ଟ୍ ଫେଡ଼େରେସନ୍ (ୟୁଏସ୍ଆଇ ସଂଗଠନ) ପକ୍ଷରୁ ଦହି, ଚୁଡ଼ା, ଗୁଡ଼, ଭିଜାବୁଟ ଓ ବିଭିନ୍ନ ପ୍ରକାର ଫଳ ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବଣ୍ଟନ ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି |ବାମନଘାଟୀ ସଂଯୋଜକ ମୋହନ ମୁର୍ମୁଙ୍କ ପ୍ରଚେଷ୍ଟାରେ ପଥରଫଟାଳୀ, ସାଇକେଲ୍ ସଜାଡୁଥିବା ବ୍ୟକ୍ତିଙ୍କୁ, କୋଠା ନିର୍ମାଣ କରୁଥିବା ଶ୍ରମିକଙ୍କୁ ଏହି ପ୍ରକାରର ଖାଦ୍ୟ ବଣ୍ଟନ କରାଯାଇଛି |ଏହି ଅବସରରେ ଶ୍ରମିକ ମାନଙ୍କୁ ଦହି, ଚୁଡ଼ା, ଗୁଡ, ଫଳ ର ଉପକାର ବିଷୟରେ କହିବା ସହ ପିଏମ୍ କିଷାନ ଯୋଜନା (ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା) ଉପରେ ପ୍ରଶ୍ନ କୁମାର ଶତପଥୀ ଅବଗତ କରାଇଥିଲେ କାରଣ ଅନେକ ଚାଷୀ ଜାମଦା ଅଂଚଳରେ ପିଏମ୍ କିଷାନ ଯୋଜନା ବିଷୟରେ ଜାଣି ନାହାନ୍ତି | ସମାଜସେବୀ ଅଭିଷେକ୍ ପଟ୍ଟନାୟକ, ଦୀପକ ମହାନ୍ତି, ମନୋଜ କୁମାର ମହାନ୍ତି, ମନୋଜ ମଣ୍ଡଳ, ବିଜୟ କୁମାର ମଣ୍ଡଳ,  କିଶୋର ବେହେରା, ଡମ୍ବୁରୁଧର ହେମ୍ବ୍ରମ, ସନ୍ତୋଷ କୁମାର ପାତ୍ର, ଦିଲିପ୍ କୁମାର ମହାପାତ୍ର, ରଂଜନ ପରାମାଣିକ, ନରସିଂହ ବେହେରା, ଗଙ୍ଗାଧର ଭୂମିଜ, ଦେବାଶିଶ୍ କୁମାର ସାହୁ ପ୍ରମୁଖ ଏହି ଖାଦ୍ୟ ବଣ୍ଟନ ନିମନ୍ତେ ସହଯୋଗ କରିଥିଲେ | ୟୁଏସ୍ଆଇ ସଂଗଠନ ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ