ମୋବାଇଲ ଟାୱାର ସ୍ଥାନାନ୍ତର ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-ସହରର ଜନଗହଳି ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ବନ୍ଦ ଦାବିରେ ମହିଳାମାନେ ସୋମବାର ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି । ବାଲେଶ୍ୱର ପୌରାଞ୍ଚଳର ଜନଗହଳି ୧୯ ନଂର ୱାର୍ଡ଼ରେ ଜିଓ ଟାୱାର ସ୍ଥାପନ ହେଲେ ସ୍ଥାନୀୟ ଲୋକେ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ମହିଳାମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରା ନଗଲେ ଆଗାମୀ ଦିନରେ ୱାର୍ଡ଼ବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ପ୍ରଣତି ଦାସ, ରଶ୍ମିତା ଆଚାର୍ଯ୍ୟ, ପ୍ରଭାତି ଦାସ, ରଜନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ