ଉତ୍କଳ ପାଣ ଖ୍ରୀଷ୍ଟିଆନ ସମତିର ବୈଠକ : ସରକାରଙ୍କ ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତି

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ବସବାସ କରୁଥିବା ପାଣ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଲୋକମାନଙ୍କର ମଙ୍ଗଳବାର ଦିନ କର୍ଚ୍ଚବାଡ଼ି ପଂଚାୟତର ପଲ୍ଲିଗଜପତି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ମୁଖ୍ୟତଃ ସର୍ତ୍ତ ଗୁଡିକ ହେଲା ପାଣ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଲୋକଙ୍କୁ ସରକାର ବିଭିନ୍ନ ସମୟରେ ଭୁଆଁ ବୁଲାଉଛନ୍ତି । କାରଣ ପାଣ ଖ୍ରୀଷ୍ଟିଆନଙ୍କୁ ସରକାର କୋୖଣସି ଚାକିରୀ କ୍ଷେତ୍ରରେ ଗ୍ରହଣ କରୁନାହାନ୍ତି କି ରାଜ୍ୟ ରାଜନୀତିରେ ମଧ୍ୟ ୱାର୍ଡ ସଭ୍ୟଙ୍କ ଠାରୁ ବିଧାୟକ ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ନାହିଁ। ଯେଉଁଠି ଖ୍ରୀଷ୍ଟିଆନ ଧର୍ମର ଲୋକ ସଂଖ୍ୟା ଅଧିକ ରହିଛି ସେଠି ଆଦିବାସୀ ଲୋକଙ୍କୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତ ଦିଆଯାଉଛି । ଖ୍ରୀଷ୍ଟିଆନ ଲୋକଙ୍କୁ ଅଣଦେଖା କରାଯାଉଛି । ପାଠ ପଢିବାରେ ମଧ୍ୟ ସରକାର ଆଦିବାସୀଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ପାଣ ଖ୍ରୀଷ୍ଟିଆନମାନଙ୍କୁ କଣ ପାଇଁ ଉପେକ୍ଷା କରୁଛନ୍ତି ? ବିଭିନ୍ନ ସମୟରେ ଜଙ୍ଗଲ ଜମିକୁ ନେଇ ଅଞ୍ଚଳରେ ଗଣ୍ଡଗୋଳ ହେଉଛି କିନ୍ତୁ ପାଣ ଖ୍ରୀଷ୍ଟିଆନମାନଙ୍କୁ ଜାଗା ଦିଆଯାଉନି । ଆଦିବାସୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ରହିଥିବା ବେଳେ ପାଣ ଖ୍ରୀଷ୍ଟିଆନ ମାନଙ୍କୁ ସେସବୁ କ୍ଷେତ୍ରରୁ ବଞ୍ଚିତ କରାଯାଉଛି। ଏଭଳି ଅନେକ ସମସ୍ୟାକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା।  ପ୍ରତ୍ୟେକ ଗ୍ରାମର ପାଣ ଖ୍ରୀଷ୍ଟିଆନ ଏକ ହୋଇ ସଂଗଠନକୁ ମଜବୁତ କରି ଜିଲ୍ଲାରେ ଏକ ବିରାଟ ସମାବେଶ ଆୟୋଜନ କରି ରାଜ୍ୟ ସରକାରଙ୍କୁ ଅଭିଯୋଗ ପତ୍ର ଦିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ଯଦି ସେମାନଙ୍କର ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିରୋଧରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହୁଥିବା ପାଣ ଖ୍ରୀଷ୍ଟିଆନମାନଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା ।  ବୈଠକ ରେ, ସଭାପତି ପ୍ରକାଶ ନାୟକ, ବାଲ୍ମୀନା ଅଧିକାରୀ, ସାଗର ବଳିଆରସିଂ, ପ୍ରଶାନ୍ତ ବୀର, ବିଭୁ, ଦେବାନନ୍ଦ ନାୟକ, ବିଳାଶ ନାୟକ ପୃମୁଖ ବ୍ୟକ୍ତି ଙ୍କ ସମେତ 39ଟି ପଂଚାୟତ ର ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ । ଶେଷ ରେ ବୈଠକ ରେ ନିଷ୍ପତି ନିଆଯାଇଛି କୌଣସି ରାଜନୀତିକ କାର୍ଯ୍ୟକ୍ରମ ରେ କେହି ଯୋଗ ଦେବେ ନାହିଁ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ