ବରିଷ୍ଠ ଆଇନଜିବୀ ଅମରେଶ ପ୍ରସାଦ ମିଶ୍ରଙ୍କ ବିୟୋଗରେ ଶୋକସଭା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସହରର ବରିଷ୍ଠ ଆଇନଜୀବୀ . ଛତ୍ରପୁର ଓକିଲ ସଂଘର ପୂର୍ବତନ ସଭାପତି ତଥା ଛତ୍ରପୁର ନାଗରିକ କମିଟିର ପୂର୍ବତନ ସଭାପତି ଅମରେଶ ପ୍ରସାଦ ମିଶ୍ରଙ୍କ ବିୟୋଗ ରେ ଗୁରୁବାର ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଛତ୍ରପୁର ନାଗରିକ କମିଟି ପକ୍ଷରୁ ଏକ ଶୋକ ସଭା ଆବାହକ ତଥା ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ସାହିତ୍ୟ ସଂସଦର ସଭାପତି ତଥା ଆଇନଜୀବି ବ୍ରଜ ମୋହନ ଆଚାର୍ଯ୍ୟ,ପିଏନୟୁଏ କଲେଜର ପ୍ରିନ୍ସପାଲ ଡ଼ଃ ରାଜେନ୍ଦ୍ର ପ୍ରସାଦ ଦାଶ, ନାଗରିକ କମିଟିର ସମ୍ପାଦକ ସୁଧୀର କୁମାର ସାହୁ, ଛତ୍ରପୁର ଏନଏସିର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଆଇନଜୀବି ଦିଲ୍ଲୀପ କୁମାର ପଟ୍ଟନାୟକ,ଡି. ଆଦିନାରାୟଣ ରେଡ୍ଡୀ, ଦେବେନ୍ଦ୍ର ମିଶ୍ର, ଆଦିତ୍ୟ ନାରାୟଣ ମିଶ୍ର, ମନୋଜ କୁମାର ବେହେରା, ମନୋଜ କୁମାର ପାଢ଼ୀ, କାଳୀ ପ୍ରସାଦ ଦାଶ, ସମୀର କୁମାର ପାଣିଗ୍ରାହୀ, ରାମକୃଷ୍ଣ ଦାଶ, ବିଶ୍ୱ ଭୂଷଣ ପାଢ଼ୀ ଓ ସୁରେଶ ସେନାପତି, ଅଧ୍ୟାପକ ଡ଼ଃ. ଅଜୟ କୁମାର ତ୍ରିପାଠୀ, ଡ଼ଃ. ଭି ରାଜେନ୍ଦ୍ର ରାଜୁ ଓ ଲକ୍ଷ୍ମୀ ନାରାୟଣ ପଣ୍ଡା, କ୍ୟୁୟର୍ସ ଅନୁଷ୍ଠାନ ର ସମ୍ପାଦକ ଅରୁଣ କୁମାର ଶତପଥି, ୟୁଥ ମାସ ସେବା ସଂଘ ର ସମ୍ପାଦକ ସୟଦ ମୁକ୍ତାର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠି, ଯୁବ ସମାଜସେବୀ ଅଟଳ ବିହାରୀ ପଟ୍ଟନାୟକ, ସାମ୍ବାଦିକ କେ. ସତ୍ୟ ନାରାୟଣ ରେଡ୍ଡୀ ଓ କୃପାସିନ୍ଧୁ ପଣ୍ଡାଙ୍କ ସମେତଛତ୍ରପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ସ୍ବର୍ଗତ ଅମରେଶ ପ୍ରସାଦ ମିଶ୍ର ଙ୍କ ସ୍ମୃତି ଚାରଣ କରିଥିଲେ ।


