ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨୦୨୨ ଉଦଘାଟିତ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ ରମୋଦୀ ଆଜି ପ୍ରଗତି ମୈଦାନଠାରେ ବାୟୋଟେ କ୍ଷ୍ଟାର୍ଟଅପଏକ୍ସେପୋ-୨୦୨୨ ଉଦଘାଟନ କରିଛନ୍ତି। ସେମଧ୍ୟ ବାୟୋଟେକ ଦ୍ରବ୍ୟଇ-ପୋର୍ଟାଲର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ ରସିଂହ, ବାୟୋଟେକ କ୍ଷେତ୍ରର ଅଂଶୀଦାର, ବିଶେଷଜ୍ଞ, ପୁଞ୍ଜିଲଗାଣକାରୀ ପ୍ରମୁଖ ଏହିଅବସରରେ ଉପସ୍ଥିତଥିଲେ। ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଜୈବ ଅର୍ଥନୀତିରେ ଆଠବର୍ଷରେ ଆଠଗୁଣ ବୃଦ୍ଧି ଘଟିଛି। ଆମେ ୧୦ବିଲିୟନରୁ ୮୦ ବିଲିୟନ ଡଲାରରେ ପହଂଚିଛୁ। ବୈଶ୍ୱିକ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ହୁଏତ ଖୁବ କମଦିନରେ ବିଶ୍ୱର ଶ୍ରେଷ୍ଠ ଦେଶମଧ୍ୟରେ ସ୍ଥାନପାଇବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଜୈବ ପ୍ରଯୁକ୍ତି ଶିଳ୍ପ ଗବେଷଣା ସହାୟତା ପରିଷଦ (ବିଆଇଆରଏସି)ର ଦେଶ ବିକାଶ କ୍ଷେତ୍ରରେ ଅବଦାନର ଉଲ୍ଲେଖ କରିଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ ଜୈବ ପ୍ରଯୁକ୍ତିଶିଳ୍ପର ଅବଦାନ ଦେଶର ବିକାଶରେ ଖୁବଗୁରୁତ୍ୱପୂର୍ଣ୍ଣ। ବୈଶ୍ୱିକ ଦୃଶ୍ୟପଟ୍ଟରେ ୟୁରୋପୀୟ ବୃତ୍ତିଧାରୀଙ୍କ କ୍ରମବର୍ଦ୍ଧିଷ୍ଣୁ ଖ୍ୟାତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଆଇଟି ବୃତ୍ତିଧାରୀଙ୍କ କୌଶଳ ଓ ନୂଆ କିଛି କରିଦେଖାଇବାର ଦକ୍ଷତା ଆଜି ବିଶ୍ୱରେ ନୂତନ ଶିଖର ଛୁଇଁଚି।ଏହିଦଶନ୍ଧିରେ ସେହି ଏକା ଭଳି ବିଶ୍ୱାସ ଓ କ୍ୟାତି ଦେଶର ଜୈବ ପ୍ରଯୁକ୍ତିକ୍ଷେତ୍ରରେ ଓ ବୃତ୍ତିଧାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଲାଣି। ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଭାରତ କାହିଁକି ଏକ ସୁଯୋଗ ପ୍ରାପ୍ତିର ଦେଶ ହୋଇ ପାଞ୍ଚଟି କାରଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଥମ ବିବିଧ ଜନସଂଖ୍ୟା ଓ ଜଳବାୟୁ କ୍ଷେତ୍ର, ଦ୍ୱିତୀୟ ଭାରତ ମେଧା ସମ୍ପନ୍ନ ମାନବ ସମ୍ବଳ, ତୃତୀୟ ଭାରତରେ ବ୍ୟବସାୟ ପାଇଁ ଇଚ୍ଛା, ଚତୁର୍ଥ ଭାରତରେ ଜୈବ ସାମଗ୍ରୀର ଚାହିଦାରେ ଅଚାନକ ବୃଦ୍ଧି ଓ ପଞ୍ଚମରେ ଭାରତର ଜୈବ ପ୍ରଯୁକ୍ତି କ୍ଷେତ୍ର ଓ ଏହିସଫଳତାର ରେକର୍ଡ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଭାରତୀୟ ଅର୍ଥନୀତିର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଅହରହ ଉଦ୍ୟମ କରୁଛନ୍ତି। ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟି ଭଙ୍ଗୀ ଉପରେ ମଧ୍ୟଚାପ ରହିଛି। ସବକା ସାଥ, ସବକା ବିକାଶ ମନ୍ତ୍ର ଦେଶର ବିଭିନ୍ନକ୍ଷେତ୍ରରେ ପ୍ରୟୋଗ ହେଉଛି ବୋଲି ସେ କହିଥିଲେ।ଏଥି ପାଇଁ ସମଗ୍ର ଦୃଶ୍ୟପଟ ଓଲଟ ପାଲଟୋ ଇଯାଇଛି।ଆଗରୁ କେତେକ ବଛାବଛା କ୍ଷେତ୍ରଉପରେ ଆଲୋକପାତ କରାଯାଉଥିବା ବେଳେ, ଅବଶିଷ୍ଟ କ୍ଷେତ୍ରକୁ ସେମାନେ ନିଜେ ନିଜର ଦିଗ ଦେଖିବାକୁ ଛାଡ଼ି ଦିଆ ହେଉଥିଲା। ଆଜି ପ୍ରତ୍ୟେକ କ୍ଷେତ୍ର ଦେଶର ବିକାଶ ପ୍ରତି ସେମାନଙ୍କ ଅବଦାନ ଦେଉଛନ୍ତି।ସେଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରର ସାଥ ଓ ପ୍ରତ୍ୟେକ କ୍ଷେତ୍ରର ବିକାଶ ଆଜିର ଆବଶ୍ୟକତା।ଭାବନା ଓ କାର୍ଯ୍ୟରେ ପରିବର୍ତ୍ତନ ଆଜି ସଫଳତା ଆଣିଛି ବୋଲି ସେ କହିଥିଲେ।ସେ ନିକଟଅତୀତରେ ଅନେକ କ୍ଷେତ୍ର ପ୍ରତି ଦିଆଯାଇଥିବା ଧ୍ୟାନର ଉଦାହରଣ ଦେଇଥିଲେ। ଜୈବ ପ୍ରଯୁକ୍ତିକ୍ଷେତ୍ରରେ ମଧ୍ୟ ନିଆଯାଇଥିବା ଅଦ୍ଭୁତ ପୂର୍ବ ପଦକ୍ଷେପ ଷ୍ଟାର୍ଟଅପ ପଦ୍ଧତିରେ ସ୍ପଷ୍ଟଭାବେ ପରିଦୃଷ୍ଟ। ଗତ ଆଠ ବର୍ଷମଧ୍ୟରେ ଆମଦେଶରେ ଷ୍ଟାର୍ଟଅପ ସଂଖ୍ୟା ଅଳ୍ପ କେତେଶହରୁ ୭୦ହଜାରରେ ପହଂଚିଛି। ଏହି ୭୦ହଜାର ଷ୍ଟାର୍ଟଅପ ପ୍ରାୟ ୬୦ ବିଭିନ୍ନପ୍ରକାର ଶିଳ୍ପରେ ସୃଷ୍ଟି ହୋଇଛି।ଏଥିରେ ଜୈବ ପ୍ରଯୁକ୍ତି ମଧ୍ୟ ପାଞ୍ଚହଜାରରୁ ଅଧିକ ଷ୍ଟାର୍ଟଅପ ରହିଛି।ଜୈବ ପ୍ରଯୁକ୍ତି କ୍ଷେତ୍ରରେ ପ୍ରତ୍ୟେକ ୧୪ରେ ଗୋଟିଏ ଷ୍ଟାର୍ଟଅପରହିଥିବା ବେଳେ ୧୧୦୦ ଏହିପରି ଷ୍ଟାର୍ଟଅପ କେବଳ ଗତବର୍ଷରେ ହିଁ ସୃଷ୍ଟିହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମେଧାର ଜୈବ ପ୍ରଯୁକ୍ତି ପ୍ରତିପଟ୍ଟପରିପର୍ତ୍ତନ ସମ୍ପର୍କରେ ସୂଚନାଦେଇ ପ୍ରଧାନମନ୍ତ୍ରୀ କହିଥିଲେଯେ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ନିବେଶକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଜୈବ ପ୍ରଯୁକ୍ତିକ୍ଷେତ୍ରରେ ପାଖା ପାଖି ଥିବା ଉଦ୍ୟୋଗ ପ୍ରତି ପୁଞ୍ଜି ଲଗାଣ ସାତଗୁଣ ବୃଦ୍ଧିପାଇଛି।ଜୈବ ପ୍ରଯୁକ୍ତିରେ ନିବେଶକଙ୍ କସଂଖ୍ୟା ୨୦୧୪ ମସିହାରେ ମାତ୍ର ଛଅ ଥିବାବେଳେ ଏବେ ଏହା ୭୫ରେ ପହଂଚିଛି।ଜୈବ ପ୍ରଯୁକ୍ତି ସାମଗ୍ରୀ ମାତ୍ର ଦଶରୁ ବୃଦ୍ଧିପାଇ ଏବେ ୭୦୦ରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୈନ୍ଦ୍ରିକ କାର୍ଯ୍ୟର ନିକଟବର୍ତ୍ତୀ ହେବାନିମନ୍ତେ ସରକାର ନୂତନ ଆଦାନପ୍ ରଦାନ ସଂସ୍କୃତି ପ୍ରୋତ୍ସାହିତ କରୁଛନ୍ତି।ବିଆଇଆରଏସି ଭଳି ମଞ୍ଚକୁ ସୁଦୃଢ଼ କରାଯାଇଛି ଓ ଅନେକ କ୍ଷେତ୍ର ଏହାକୁ ଆପଣାଇଛନ୍ତି। ସେ ଷ୍ଟାର୍ଟଅ ପଇଣ୍ଡିଆ ପାଇଁ ଷ୍ଟାର୍ଟଅପର ଉଦାହରଣ ଦେଇଥିଲେ। ମହାକାଶ କ୍ଷେତ୍ର ନିମନ୍ତେ ଆଇଏନଏସପିଏସିଇ, ପ୍ରତିଶକ୍ଷା ଷ୍ଟାର୍ଟଅପ ନିମନ୍ତେ ଆଇଡିଇଏକ୍ସ, ସେମି କଣ୍ଡକ୍ଟର ପାଇଁ ଭାରତ ସେମି କଣ୍ଡକ୍ଟର ଅଭିଯାନ, ଯୁବା ଶକ୍ତି ନିମନ୍ତେ ନବୋନ୍ମେଷ ପାଇଁ ସ୍ମାର୍ଟ ଇଣ୍ଡିଆ ହକାଥନ ଓ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ।ସବକା ପ୍ରୟାସର ଉତ୍ସାହକୁ ଉଜ୍ଜୀବୀତ କରିବା ପାଇଁ ନୂତନ ଅନୁଷ୍ଠାନ ଗୁଡ଼ିକୁ ସରକାର ଏକାଠି କରି ଶିଳ୍ପର ସବୁଠାରୁ ମେଧାବୀମାନଙ୍କୁ ଗୋଟିଏ ମଞ୍ଚରେ ରଖିବାକୁ ଚେଷ୍ଟା କରୁଛନ୍ତି। ଏହା ଦେଶପାଇଁ ଆଉ ଗୋଟିଏ ଲାଭ।ଗବେଷଣା ଓ ଅନୁଷ୍ଠାନରୁ ସରକାର ନୂଆ କିଛି ସୂଚନା ପାଇବେ ଓ ସରକାର ଆବଶ୍ୟକ ନୀତିର ବାତାବରଣ ଓ ଭିତ୍ତିଭୂମି ଯୋଗାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜୈବ ପ୍ରଯୁକ୍ତି ହେଉଛି ଆଜିର ସବୁଠାରୁ ଚାହିଦା ଯୁକ୍ତ କ୍ଷେତ୍ର।ଆମେ ଦେଶରେ ଜୀବମାନଙ୍କର ସୁଗମତା ଜୈବ ପ୍ରଯୁକ୍ତି କ୍ଷେତ୍ର ନିମନ୍ତେ ଅନେକ ସମ୍ଭାବନା ଆଣିଦେଇଛି। ସ୍ୱାସ୍ଥ୍ୟ, କୃଷି, ଶକ୍ତି, ପ୍ରାକୃତିକ କୃଷି ଓ ଜୈବିକ ନିରାପଦ ବିହନ ଇତ୍ୟାଦି ଏହି କ୍ଷେତ୍ର ନିମନ୍ତେ ନୂତନ ସୁଯୋଗ ଆଣିଦେଇଛି ବୋଲି କହି ସେ ବକ୍ତବ୍ୟ ଶେଷ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ