ଜାତୀୟ ରାଜପଥରେ ଓଲଟିଲା ମୋରମ ବୋଝେଇ ଟ୍ରକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଦେଇ ଯାଇଥିବା୧୬ନଂ ଜାତୀୟ ରାଜପଥର ପାଳଦା ବାଙ୍କ ହନୁମାନ ମନ୍ଦିର ନିକଟରେ ଆଜି ଏକ ମୋରମ ବୋଝେଇ ଟ୍ରକ ଓଲଟିପଡିଥିବା ଜଣାପଡିଛି । ଆଜି ଦିନ ପ୍ରାୟ୯ଟା ବେଳେ ଓଡ଼ି୨୨ଡି୦୯୧୧ ଟ୍ରକଟି ମୋରମ ବୋଝେଇ କରି ଚଣ୍ଡିଖୋଲ ପଟୁ ଭଦ୍ରକ ଆସୁଥିଲା । ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଗାଈ ରାସ୍ତା ପାରି ହେଉଥିବା ବେଳେ ଏଥିରେ ଭାରସାମ୍ୟ ହରାଇ ଗାଡିଟି ରାଜପଥ ଉପରେ ଓଲଟି ପଡିଥିଲା । ଦୁର୍ଘଟଣା ଯୋଗୁ ଗାଈଟିର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଚାଳକକୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ଗାଡିଟିକୁ ଜବତ କରିଥିଲା ।


