ସରପଞ୍ଚ ଙ୍କ ବିରୋଧ ରେ ଦୁର୍ନୀିତି ଅଭିଯୋଗ : ତଦନ୍ତ ଦାବି

ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ କଳାପାଂଚଣ ପଞ୍ଚାୟତ ର ସରପଞ୍ଚ ମନମୁଖୀ କାର୍ଯ୍ୟ କରୁଥିବା ଓ ବ୍ୟାପକ ଦୁର୍ନୀତି କରୁଥିବା ନେଇ ପଞ୍ଚାୟତ ର ନାଏବ ସରପଞ୍ଚ ଙ୍କ ସମେତ ଏକାଧିକ ୱାର୍ଡ ସଭ୍ୟ/ସଭ୍ୟା ନିମାପଡା ବିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ର ରେ ଦର୍ଶାଯାଇଛି ଯେ, ସରପଞ୍ଚ ଏକ ସର୍ବ ସାଧାରଣଙ୍କ ଜାଗା କୁ ଅପ ବ୍ୟବହାର କରୁଛନ୍ତି । ପଞ୍ଚାୟତ ର ନିଜସ୍ଵ ନୁଆପୋଖରୀ କୁ ଗଡଇଟା ପୋଖରୀ ଓ କୋଠସାହି ଗ୍ରାମବାସୀ ମାନେ ନିଲାମ ରେ ନେଇ ମାଛ ଚାଷ କରୁଥିବାବେଳେ ସରପଞ୍ଚ ଙ୍କ ସମର୍ଥକ ମାନେ ଏହି ପୋଖରୀ ହୁଡା ରୁ ଜୋର ଜବରଦସ୍ତ ବେଆଇନ ଭାବେ ବାଲିଓମାଟି ତାଡି ନେଉଛନ୍ତି । ୱାର୍ଡ ସଭ୍ୟ/ସଭ୍ୟା ଙ୍କ ଅଗୋଚର ରେ ମନେରେଗା କାର୍ଯ୍ୟ କୁ ଶ୍ରମିକ ଙ୍କ ବଦଳରେ ମେସିନଦ୍ୱାରା କରାଯାଉଛି । ଦୀର୍ଘ ୨ ମାସ ହେଲା ପଞ୍ଚାୟତ ର ବୈଠକ ଡକାଯାଉନାହିଁ । ସରପଞ୍ଚଙ୍କ ମନୋ ମୁଖୀ କାର୍ଯ୍ୟ ସଂପର୍କ ରେ ନାଏବ ସରପଞ୍ଚ ସୁଧୀର ଶତପଥୀ ଙ୍କ ସହିତ ଏସ କେ ସାହା, ମହମ୍ମଦ ମୁସ୍ତାକ ହୁସେନ, ସାଗରିକା କାଣ୍ଡି, ମାମିନା ଭୋଇ, ପୁଷ୍ପଲତା ନାୟକ, ସସ୍ମିତା ରାଉତ, ରେଶମା ବିବି, ଏ ଖାନ ପ୍ରମୁଖ ୱାର୍ଡ ସଭ୍ୟ/ସଭ୍ୟା ମାନେ ନିମାପଡା ବିଡିଓ ଙ୍କ ସହିତ ପଞ୍ଚାୟତିରାଜ ବିଭାଗସଚିବ, ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ, ପୁରୀ ଜିଲ୍ଲାପାଳ ଙ୍କ ନିକଟ ରେ ଅଭିଯୋଗ କରି ଘଟଣା ର ତଦନ୍ତ କରିବା ସହ ସରପଞ୍ଚ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏ ସଂକ୍ରାନ୍ତ ରେ ନିମାପଡା ବିଡିଓ ବସନ୍ତ କୁମାର ମଲ୍ଲିକ ଙ୍କୁ ପଚାରିବାରେ ସେ ଅଭିଯୋଗ ପତ୍ର ପାଇଥିବା ପ୍ରକାଶ କରିବା ସହିତ ଘଟଣା ର ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ