ସାମାଜିକ ନାଟକ ‘ ଏଠି ତୋର ଦୋଷ ନା ମୋର ଦୋଷ ‘ ମଞ୍ଚସ୍ଥ
ରାଇକିଆ, (ପ୍ରଦୀପ ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ଆଞ୍ଚଳିକ କଳା ପରିଷଦ ପକ୍ଷରୁ ଶନିବାର ସାମାଜିକ ନାଟକ ‘ ଏଠି ତୋର ଦୋଷ ନା ମୋର ଦୋଷ ” ମଞ୍ଚସ୍ଥ ହୋଇଯାଇଛି । ଭଗବାନ ପାତ୍ର ଙ୍କ ନିର୍ଦ୍ଦେଶିତ ଏହି ନାଟକ ରେ ସ୍ଥାନୀୟ କଳାକାର ମାନେ ଅଭିନୟ କରିଥିଲେ । ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଜିଲା ପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ସରପଞ୍ଚ ଗୀତାଞ୍ଜଳୀ ନାୟକ, ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ, ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା, ପୂଜା କମିଟି ସଭାପତି ଡିଲୁ ମହାନ୍ତି, ଉପଦେଷ୍ଟା ଦୁର୍ଯ୍ୟୋଧନ ଲେଙ୍କା ଯୋଗ ଦେଇ ଉଦଘାଟନ କରିବା ସହ ଦୀର୍ଘ ଦିନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ଆୟୋଜକ କମିଟି ଙ୍କୁ ସାଧୁବାଦ ଜଣାଇବା ସହ କଳାକାର ଙ୍କୁ ଉତ୍ସାହିତ କରିଥିଲେ । କମିଟି ସଭାପତି ସନ୍ତୋଷ ଲେଙ୍କା ଏବଂ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


