ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଶ୍ରମ ବିଭାଗ ତରଫରୁ ନର୍ଦେଶନାମା ଜାରୀ
ଚଳିତ ମାସରେ ରୈାଦ୍ରତାପ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଗତକାଲି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧକ୍ଷତାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହା ସହ ଶ୍ରମ ବିଭାଗ ରାଜ୍ୟ ବୀମା ବିଭାଗ ତରଫରୁ ନିର୍ଦେଶନାମା ଜାରୀ କରାଯାଇଛି । ଶ୍ରମ ବିଭାଗ ତରଫରୁ ଏପ୍ରିଲ ୧ ତାରିଖ ଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୧୧ ଟା ଠାରୁ ୩.୩୦ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ କାମ ସତର୍କ ସହିତ କରିବା ପାଇଁ ନିର୍ଦେଶ ଦେବା ସହ ଅଂଶୁଘାତ ରୁ ସତର୍କ ରହିବା ପାଇଁ କିପରି ମୁକାବିଲା କରାଯାଇପାରିବ ତାହା ଏହି ବୈଠକରେ ଆଲୋଚନା ହୋଇଥିଲା


