ସାହିତ୍ୟ ପତ୍ରିକା ‘ବୋଉ’ ଓ କବିତା ସଂକଳନ ‘ଅନ୍ତିମ ଅଭିଳାଷ’ ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କୌଶଲ୍ୟା ସାହିତ୍ୟ ସଂସଦ ପରିଷଦ ପକ୍ଷରୁ ପ୍ରକାଶିତ ତ୍ରୟୋମାସିକ ସାହିତ୍ୟ ପତ୍ରିକା ‘ବୋଉ’ ଓ ଲେଖିକା ବୁନି ତ୍ରିପାଠୀଙ୍କ କବିତା ସଂକଳନ ‘ଅନ୍ତିମ ଅଭିଳାଷ’ ସ୍ଥାନୀୟ ୟୁନିଟ୍‌-୯ସ୍ଥିତ ଜନକଲ୍ୟାଣ ଭବନଠାରେ ଲୋକାର୍ପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସହିଦ୍ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅ୍ମକ୍ଷ, ସାହିତ୍ୟିକ ଡ. ଚିତରଂଜନ ମହାନ୍ତି, ମୁଖ୍ୟବକ୍ତା ଭାବେ ପ୍ରା୍ମାପକ ଓ ବରିଷ୍ଠ ସାମ୍ବାଦିକ ଡ. ଅସିତ୍ ଦାସ, ସମ୍ମାନିତ ଅତିଥି ଭାବେ ପ୍ରଫେସର ସ୍ତମ୍ଭକାର ନାରାୟଣ ମହାନ୍ତି ଯୋଗଦେଇ ସାହିତ୍ୟ ପତ୍ରିକା ବହୁ କଂଟକିତ ପଥ ଦେଇ ଅତିକ୍ରମ କରିବା ସହିତ ସାଧାରଣ ଜନତା ମା’ ମାଟି ଓ ମାତୃଭାଷା ପାଇଁ ସମର୍ପିତ ମନୋଭାବ ସହ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସମାଜରେ ସାହିତ୍ୟ ମା୍ମମରେ ବ୍ୟାପକ ପରିବର୍ତନ ହୋଇ ପାରିବା ସହିତ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅନୁରକ୍ତି ଭାବ ବୃଦ୍ଧି ପାଇବା ଉପରେ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ । ବୋଉ ସଂପାଦକ ସଂଜୟ କୁମାର ଚୌଧୁରୀ କାର୍ଯ୍ୟକ୍ରମକୁ ସଂଯୋଜନା କରି ମତବ୍ୟକ୍ତ କରି କହିଥିଲେ ଯେ, ପତ୍ରିକାଟିଏ କରିବା ଅଧୁନା ସମୟରେ ବହୁ କଷ୍ଟସାଧ୍ୟ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ସାହିତ୍ୟିକ ଡ. ଚିତରଂଜନ ମହାନ୍ତି, ସରୋଜ କୁମାର ସେଠୀ, ଭାସ୍କର ଚନ୍ଦ୍ର ବେଦାନ୍ତ, ସମାଜସେବୀ ପଦ୍ମଚରଣ ମହାପାତ୍ର, ସାହିତ୍ୟିକା ଆରାଧନା ଦାଶ, ଧରିତ୍ରୀ ଦାସ, ବୃନ୍ଦାବନ ବାଡ଼ତ୍ୟା, ଗୀତାରାଣୀ ପୁର. ପଦ୍ମଚରଣ ରାଉତ, ବାବାଜୀ ଚରଣ ମହାନ୍ତି, ବିରେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ମାନପତ୍ର ଏବଂ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ପରିଚୟ ଓ ଧନ୍ୟବାଦ ସହ ସଂପାଦକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିଥିଲେ ସୋମନାଥ ସାହୁ, ସତ୍ୟବ୍ରତ ଜେନା ।

ସଂଜୟ କୁମାର ଚୌଧୁରୀ
ସଂପାଦକ, ବୋଉ

ଯୋଗାଯୋଗ: ୯୯୩୭୬୮୯୬୮୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ