ବଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୁର୍ଣିମା ପାଳିତ : ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଭକ୍ତଙ୍କ ମେଳରେ ପାଳନ ହେଉଛି ସ୍ନାନଯାତ୍ରା । ଏନେଇ ଛତ୍ରପୁର ସହର ସ୍ଥିତ ତାଡେ଼ପଲ୍ଲୀ ସାହିରେ ଥିବା ବଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି । ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ରତ୍ନ ସିଂହାସନ ରୁ ପହଣ୍ଡି ବିଜେ କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା l ସେଠାରେ 108 ଗରା କଳସି ରେ ସୁବାସିତ ଜଳ, ପଇଡ଼ ପାଣି ଓ ଚନ୍ଦନ ଆଦିରେ ମହାପ୍ରଭୁ ଙ୍କୁ ସ୍ନାନ କରାଯାଇଥିଲା l ଅପରାହ୍ନରେ ଶ୍ରୀ ଜୀଉ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ l ମହାପ୍ରଭୁ ଙ୍କ ଏହି ଗଜାନନ ବେଶ ଦର୍ଶନ କରିବା ପାଇଁ ବହୁ ଭକ୍ତ ମନ୍ଦିର ପରିସରରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ