ଯୋଗ ମହୋତ୍ସବ ସମିତି ବାଲେଶ୍ୱର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : କାଲି ପୂର୍ବାହ୍ନ ୪ ଘଟିକାରେ ଯୋଗ ମହୋତ୍ସବ ସମିତିର ଏକ ବୈଠକ ବୟୋଜ୍ୟେଷ୍ଠ ଶ୍ରୀ ବଳଭଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସିଦ୍ଧିକଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ସମିତିର ପୁନର୍ଗଠନ ବିଷୟରେ ଆଲୋଚନା ହୋଇଥିଲା । ସମିତିର ସହ ସଂଯୋଜକ ସ୍ୱର୍ଗତ ନିର୍ମଳ ଚନ୍ଦ୍ର ସାହୁଙ୍କ ବିୟୋଗରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ବିଶ୍ୱ ଯୋଗଦିବସ (୨୧ ଜୁନ୍)କୁ ସୁଚାରୁ ରୂପରେ ସମଗ୍ର ଜିଲ୍ଲାରେ ତଥା ସହର ଗୁଡ଼ିକରେ ପାଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ନୂତନ ଭାବରେ ଶ୍ରୀ ଅଜୟ କୁମାର ଚୌଧୁରୀ ସହ ସଂଯୋଜକ ଭାବରେ କାର୍ଯ୍ୟ କରିବାକୁ ଉପସ୍ଥିତ ସଭ୍ୟମାନେ ଆଲୋଚନା ମାଧ୍ୟମରେ ନିର୍ଣ୍ଣୟ କରାଗଲା । ଏଥିରେ ସଂଯୋଜକ ଶ୍ରୀ ସୁଜିତ କୁମାର ଜେନା ସହ ସଂଯୋଜିକା ଶ୍ରୀମତୀ ଦମୟନ୍ତୀ ମହାପାତ୍ର, ସଭ୍ୟ କିର୍ତ୍ତିସୁନ୍ଦର ସେନ, ଡ. ଚିତ୍ତରଞ୍ଜନ ସାହୁ, ପ୍ରଫେସର ମାଳତୀ ସାମଲ, ମାନସୀ ଦାସ, ଅର୍ଜନା କର, ରୀତା ରାଉତ, ସରସ୍ୱତୀ ଭୋଇ, ହରିହର ସାହୁ, ଧୀରେନ୍ଦ୍ର କୁମାର ସାହୁ, ସଞ୍ଜିବ କୁମାର ତାଲଦି, ଚିତ୍ରାଙ୍ଗଦା ଦାଶ, ଶୁଭ୍ରକା ପଣ୍ଡା ପ୍ରଭୃତି ଭାଗନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।