ଅଗ୍ନିକାଣ୍ଡ ରେ ଗ୍ରାମ୍ୟ ଜଙ୍ଗଲ ଭସ୍ମୀଭୂତ
ନିମାପଡ଼ା (ସନ୍ତୋଷ ଦାଶ) :-ଆଜି ମଧ୍ୟାହ୍ନ ରେ ଅଗ୍ନିକାଣ୍ଡ ଘଟି ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ର ଚହଟା ଗ୍ରାମ ର ଗ୍ରାମ୍ୟ ଜଙ୍ଗଲ ଭସ୍ମୀଭୂତ ହୋଇଯାଇଥିଲା । ଖବର ପାଇ ନିମାପଡା ଦମକଳ କେନ୍ଦ୍ର ରୁ ବ୍ରହ୍ମାନନ୍ଦ ମଲିକ ଙ୍କ ନେତୃତ୍ଵ ରେ ଆଗ୍ନିକ ମାନେ ଘଟଣାସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ରେ ୨୦ ବୁଦା ବାଉଁଶ ଜଙ୍ଗଲ ପୋଡ଼ି ଧ୍ଵଂସ ହୋଇଯାଇଛି । କେହି ବ୍ୟକ୍ତି ଧୁମ୍ରପାନ କରି ସେଠା ରେ ନିଆଁ ଝୁଲ ପକାଇଦେବାରୁ ଏପରି ଘଟିଥିବା ସନ୍ଦେହ କରାଯାଉଛି ।