ହାତୀ ଆକ୍ରମଣରେ ଚାଷୀ ମୃତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ରର ବିଶୋଇ ବ୍ଳକ ଅଧିନସ୍ଥ ଖଡମବେଡା ପଞ୍ଚାୟତର ଦେଓପେଟା ଗ୍ରାମରେ ଅଘଟଣ । ହାତୀ ଆକ୍ରମଣରେ ରତନ ସୋରେନ (୪୭)ନାମକ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ । ଗତକାଲି ରାତି ୯/୧୦ ଟା ପାଖାପାଖି ସମୟରେ ରତନ ସୋରେନ ଦାଣ୍ଡ ବାହାର ବାଡିକୁ ସୁ ମୁଁ କରିବାକୁ ଯାଇ ପଣସ ଗଛ ପାଖରକୁ ଯାଇଥିବା ସମୟରେ ହାତୀ ହାବୁଡରେ ପଡ଼ିଥିଲେ । ହାତୀଟି ଚୁପ୍ ଚାପ୍ ଆସି ପଣସ ଖାଉଥିଲା । ହାତୀଟି ରତନକୁ ସେଠି ଦଳି ଦେଇଥିଲା । ଘର ଲୋକେ ରତନର ଘରକୁ ନ ଫେରିବା ନେଇ ଖୋଜାଖୋଜି କଲାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ପଣସ ଗଛ ପାଖରେ ପଡ଼ି ରହିଥିଲା । ଘର ଲୋକେ ଠାବ କରି ଆମ୍ବୁଲାନ୍ସରରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ରାତିରେ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ସକାଳେ ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି । ରାତି ୧୦ ଟାରୁ ସକାଳ ୮ ଟା ପର୍ଯ୍ୟନ୍ତ ଡାକ୍ତର ଖାନାରେ ଆଉଟ୍ ଡୋରରେ ପଡ଼ି ରହିଥିବା ମୃତକଙ୍କୁ ବନବିଭାଗ ତରଫରୁ ଦେଖିବାକୁ ପହଞ୍ଚି ନ ଥିଲେ । ଵିଶୋଇ ପୋଲିସ ଓ ବନ ବିଭାଗ ଘଟଣାର ତଦନ୍ତ କରୁଛନ୍ତି । ଗାଁରେ ଶୋକାକୁଳ ପରିବେଶ ହୋଇଛି ।