ଛତୁଆ କାରାଖାନାରେ ଆକସ୍ମିକ ଅଗ୍ନିକାଣ୍ଡ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ଜମଧର ବାବା ଅଭିରାମ ସ୍ୱୟଂ ସହାୟିକା ଗୋଷ୍ଠି ଓ ମୀର ୟାର ଅଲ୍ଲୀଙ୍କ ଛତୁଆ ପ୍ରସ୍ତୁତି କାରାଖାନାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବିଭିନ୍ନ ଯନ୍ତ୍ରାଶଂ ପୋଡିଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ଗାଡି ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ତେବେ ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସଟସର୍କିଟରୁ ହୋଇଥିବା କେନ୍ଦ୍ରାପଡା ସହକାରୀ ଅଗ୍ନିଶମ ଅଧିକାରୀ ବିରଭଦ୍ର ଟୁଡୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ