ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପାରଳାଖେମୁଣ୍ଡିର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଭୂବନେଶ୍ବରର ଓଡିଶୀ ସଙ୍ଗୀତଜ୍ଞ ଉମେଶ ଚନ୍ଦ୍ର ଦାସ ଯୋଗ ଦେଇଥିଲେ । ଏହି ଅବସରରେ ଗୁରୁ ଉମେଶ ଚନ୍ଦ୍ର ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ଭକ୍ତି ସଙ୍ଗୀତ ସଂସଦର ସଭାପତି ବସନ୍ତ ଦାସ, କାର୍ଯ୍ୟକାରି ସଭାପତି ଇଂ. ତୀର୍ଥବାସୀ ପଣ୍ଡା, ଉପସଭାପତି ପ୍ରଦୀପ ନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ,  ଗୁରୁ ରଘୁନାଥ ପାତ୍ର ଓ ଗୁରୁ  ମାଧବ ପାତ୍ର ମଞ୍ଚାସୀନ ହୋଇ ଆମ ଓଡିଶୀ ସଙ୍ଗୀତର ଉଚ୍ଚ ପରମ୍ପରାକୁ ବଜାୟ ରଖିବାରେ ଭକ୍ତି ସଙ୍ଗୀତ ସଂସଦର ଆପ୍ରାଣ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ବାର୍ଷିକ ବିବରଣୀ ଶ୍ରୀମତି ସ୍ନିଗ୍ଧା ମିଶ୍ର ଉପସ୍ଥାପନ କରିଥିଲେ । ଏହି ଅବସରରେ ଏକ ଓଡିଶୀ ସଙ୍ଗୀତର ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ଗୁରୁ ଓ ଛାତ୍ରଛାତ୍ରୀମାନେ ନିଜର ଯାଦୁକରୀ କଣ୍ଠ ସଙ୍ଗୀତରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିରଖିଥିଲେ। ଏହି ସଙ୍ଗୀତ କାର୍ଯ୍ୟକ୍ରମ ଗୁରୁ ରଘୁନାଥ ପାତ୍ର ଓ ଗୁରୁ ମାଧବ ପାତ୍ରଙ୍କ ନିର୍ଦ୍ଦେଶନାରେ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧୁସ୍ମିତା ପାତ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ