ଗୋପବନ୍ଧୁଙ୍କ ୯୪ ତମ ଶ୍ରାଦ୍ଧ ଦିବସ ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ୯୪ ତମ ଶ୍ରାଦ୍ଧ ଦିବସ । ବନ୍ୟା, ବାତ୍ୟା, ମରୁଡି, ଓଡ଼ିଆ ଭାଷା ବଂଚାଅ କଥା ଆସିଲେ ମହାନ ତ୍ୟାଗୀ ଗୋପବନ୍ଧୁ ପ୍ରଥମେ ମନେ ପଡ଼ନ୍ତି । ଉତ୍କଳୀୟଙ୍କ ପ୍ରାତଃ ସ୍ମରଣୀୟ ମହାନ ଦେଶଭକ୍ତ, ସ୍ବାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ପ୍ରତୀକ ତଥା ଦୈନିକ ଖବର କାଗଜ’ ସମାଜ’ ର ପ୍ରତିଷ୍ଠାତା ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ଦିବସ ରାଇରଙ୍ଗପୁର ‘ସମାଜ’ ତରଫରୁ ପାଳନ କରାଯାଇଛି । ପ୍ରାରମ୍ଭରେ କଲେଜ ଛାତ୍ର ଛାତ୍ରୀ, ଅଧ୍ୟାପକ, ସମାଜସେବୀ, ବୁଦ୍ଧିଜୀବୀ ପ୍ରମୁଖ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୁସୂଦନ ଦାସ, କବିବର ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ଗୋପବନ୍ଧୁ ଅମର ରହେ ନାରା ଦେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ‘ସମାଜ’ ତରଫରୁ ଗୋପବନ୍ଧୁଙ୍କ ୯୪ ତମ ଶ୍ରାଦ୍ଧ ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ବରିଷ୍ଠ ନାଗରିକ ସଂଘ ସଭାପତି ତଥା ବର୍ଷିୟାନ ଆଡଭୋକେଟ ରସାନନ୍ଦ ଲେଙ୍କା(୯୧) ପିତା କାଟି ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଲୋକ ସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ପ୍ରାକ୍ତନ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି, ଅଧ୍ୟାପକ ଡଃ ଦିଗମ୍ବର ଗିରି,ଅଧ୍ୟାପକ ବିଜୟ ରାମ, ଶିକ୍ଷକ ରଂଜନ ନନ୍ଦ, ଶିକ୍ଷକ ତୀମିର ରଂଜନ ପଣ୍ଡା, ରୋଟାରୀ କ୍ଲବ ସଭାପତି କାଳୀପ୍ରସନ୍ନ ମହାନ୍ତି, ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ପବିତ୍ର ପ୍ରତ୍ୟୁଷ ମିଶ୍ର, ରୋଟାରୀଆନ ବିକାଶ ଭୁତ, ରୋଟାରୀଆନ ପ୍ରତ୍ୟୁଷ ପରୀଡା, ଗତିକୃଷ୍ନ ମହାନ୍ତ ଦୁଷ୍ମନ୍ତ ଦାସ, ସଂଜୀବ ରାମ, ପ୍ରଫୁଲ୍ଲ ସାହୁ, ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ, ସମାଜସେବୀ, କଲେଜ ଛାତ୍ର ଛାତ୍ରୀ ଗୋପବନ୍ଧୁ ପ୍ରେମୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତେ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ଶିକ୍ଷୟତ୍ରୀ ଜୟଶ୍ରୀ ଦାସ ରକ୍ତଦାନ କରିବାସହ ଅନ୍ୟ ୨୦ ଜଣ ରକ୍ତଦାତା ଏହି ପବିତ୍ର ଦିବସରେ ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ । ସମସ୍ତେ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିବାରୁ କାର୍ଯ୍ୟକ୍ରମର ସଭାପତି ସୌରଭ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ