ସାପଧରାଳି ଙ୍କ ଘରେ ଅଣ୍ଡା ରୁ ଫୁଟିଲେ ୧୯ଟି ତମ୍ପ ସାପ ଛୁଆ
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ବ୍ଲକ ର ବାଜପୁର ଗାଁ ର ସାପଧରାଳି ବ୍ରଜ କିଶୋର ସାହୁ ଙ୍କ ଘରେ ତମ୍ପ ସାପ ର ୧୯ ଟି ଅଣ୍ଡା ଫୁଟି ଜନ୍ମ ହେଲେ ୧୯ ଟି ତମ୍ପ ଛୁଆ । ସୂଚନା ମୁତାବକ କୋଣାର୍କ ର ଏକ ଘରୁ ଦୀର୍ଘ ୨ ମାସ ପୂର୍ବରୁ ସାପ ଧରାଳି ବ୍ରଜ ସାହୁ ଏକ ବିରଳ ବିଷଧର ତମ୍ପ ସାପ ଉଦ୍ଧାର କରି ଏକ ଡବା ରେ ଆଣି ଆସିଥିଲେ । ରାତି ପାହିଲେ ଜଙ୍ଗଲ ବିଭାଗ କୁ ହସ୍ତାନ୍ତର କରିବା ପାଇଁ ଜାର ଖୋଲିଲା ବେଳେ ଦେଖିବାକୁ ପାଇଥିଲେ ଉକ୍ତ ସାପ ଟି ୧୯ ଟି ଅଣ୍ଡା ଦେଇଛି, ଉକ୍ତ ସାପ ଟିକୁ ଜଙ୍ଗଲ ବିଭାଗ କୁ ହସ୍ତାନ୍ତର ନ କରି ଅଣ୍ଡା ଦେବା ସମ୍ପର୍କ ରେ ତତ୍କାଳୀନ ବନ ବିଭାଗ ଅଧିକାରୀ ସବୀର ସାହୁଙ୍କୁ ସୂଚନା ଦେଇଥିଲେ । ଉକ୍ତ ଅଣ୍ଡା ଗୁଡିକ ଛୁଆ ଫୁଟିବା ପର୍ଯ୍ୟନ୍ତ ବ୍ରଜ ସାହୁ ଅଣ୍ଡା ଗୁଡିକ ର ଯତ୍ନ ନେଇଥିଲେ ଓ ଆଜି ସେହି ଜାର ରେ ଅଣ୍ଡା ଗୁଡିକ ଫୁଟି ତମ୍ପ ସାପ ଛୁଆ ଜନ୍ନ ନେଇଥୁବାର ଦେଖିବାକୁ ମିଳିଥିଲା, ତାପରେ ବ୍ରଜ ସାହୁ ଉକ୍ତ ଛୁଆ ଗୁଡ଼ିକ ଉଦ୍ଧାର କରି ଆଜି ବନ୍ୟ ବିଭାଗ କୁ ହସ୍ତାନ୍ତର କରିଛନ୍ତି। ସାପ ଧରାଳି ବ୍ରଜ ସାହୁ ଙ୍କ ଏଭଳି ପ୍ରୟାସ ପାଇଁ ତାଙ୍କୁ ସବୁ ମହଲ ରେ ପ୍ରଶଂସା କରାଯାଇଛି।


