ବିଜିପୁର ଓ ବାହାଡ଼ାପଦା ଗ୍ରାମ କୁ ନେଇ ଦ୍ୱିତୀୟ ଶାନ୍ତି କମିଟି ବୈଠକ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ଥ ବାହାଡ଼ାପଦା ମୌଜା କୁ ନେଇ ୪, ୬ରେ ବାହାଡ଼ାପଦା ଓ ବିଜିପୁର ଗ୍ରାମ ବାସୀ ଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା I ସେଥିରେ ୧୨ଜଣ ଗୁରୁତର ଆହତ ହେଇଥିଲେ ଏବଂ ବ୍ରହ୍ମପୁରୁ ଓ କଟକ ମେଡିକାଲ କୁ ସ୍ଥାନାନ୍ତର କରା ଯାଇ ଗ୍ରାମ ରେ ପୋଲିସ୍ ମୃତାୟନ୍ କରାଯାଇ ୬, ୬ରେ ଗ୍ରାମ ରେ ସାନ୍ତି ଶୁଙ୍ଖଳା ରଖିବା ପାଇଁ ତିନୋଟି ଗ୍ରାମ ର ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ, ତହସିଲଦାର କିଶୋର ଦାଶ, ଏସଡିପିଓ ଦିଲ୍ଲୀପ କୁମାର ନାୟକ, ଥାନା ଅଧିକାରୀ ସୁଜିତ କୁମାର ନାୟକ ଗ୍ରାମ ବାସୀ ଉପସ୍ଥିତ ରେ ପ୍ରଥମ ଶାନ୍ତି କମିଟି ବୈଠକ ହୋଇଥଲା ଏବଂ ଉକ୍ତ ସରକାରି ଜମି କୁ ୧୪୪ଧାରା ଲାଗୁ କରଯାଇଥିଲା I ପୁଣି ବୁଧୁବାର ଦିନ ଦୁଇ ଗ୍ରାମ ବାସୀ ସରପଞ୍ଚ ସରକାରି ଅଧିକାରୀ ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ, ଙ୍କୁ ନେଇ ଚନ୍ଦ୍ରଗିରି ଫାଣ୍ଡି ପରିଶ୍ୱରରେ ଦ୍ୱିତିୟ ଶାନ୍ତି କମିଟି ବୈଠକ ଆରମ୍ୱ ହୋଇଥଲା I ଉକ୍ତ ବୈଠକ ରେ ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋଇ କହୁଥିଲେ ଦୁଇ ଗ୍ରାମ ବାସୀ ଙ୍କ ଜାଗା ଚିହ୍ନଟ କରି ଦିଆଯିବ କିଛି ଦିନ ପରେ ହେଲେ ସରକାର ଙ୍କ ନିୟମ ଅନୁଯାଇ ଉଭୟ କୁଳ ମଧ୍ୟ ରେ ଥିବା ବିବାଦ ର ସମାଧାନ ପାଇଁ ଉକ୍ତ ଜମି ରେ ସରକାର କୃଷୀ ବିଭାଗ ପକ୍ଷରୁ ଏକ ପ୍ଲାଣ୍ଟ କରି ଉଭୟ ଙ୍କୁ ରୋଜଗାର ଯୋଗାଇବେ କିନ୍ତୁ ଏଥିରେ ସହମତ ହେଉନଥିଲେ ବାହାଡ଼ାପଦା ଗ୍ରାମ ବାସୀ ସେମାନଙ୍କ ଦାବି ରହିଥିଲା କି ଜମି ଟି ପୂର୍ବ ପୁରୁଷ ଅମଳ ରୁ ବାହାଡ଼ାପଦା ମୌଜା ରେ ରହିଛି ସେଠୀ ଆମ ପୂର୍ବ ପୁରୁଷ ଚାଷ କରୁଥିଲେ ତେଣୁ ସେ ଜମି ଆମକୁ ଦେଇ ବିଜିପୁର ଗ୍ରାମ ବାସୀ ଙ୍କୁ ଉଚ୍ଛେଦ କରାଯାଉ ସରକାର ଙ୍କ ନିୟମ କୁ ଗ୍ରହଣ ନ କରି ତିନି ଜଣ ଦସ୍ତଖତ କରି ଉଠି ଚାଲିଯାଇଥିଲେ ହେଲେ ବିଜିପୁର ଗ୍ରାମ ବାସୀ ଦସ୍ତଖତ କରିଥଲେ I


