ହାଟଡିହି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଚାରା ରୋପଣ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆଜି ପଢ଼ିଆରିପଲ୍ଲୀ ପଞ୍ଚାୟତର ଝୁଣାବାଡି ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାହିତ୍ୟଘରର ଆବାହକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ସହସମ୍ପାଦକ ନାରାୟଣ ସାହୁ, ବରିଷ୍ଠ ଉପଦେ୍ଦଷ୍ଟା ରତ୍ନାକର ଦାସ, ନାରାୟଣ ଚନ୍ଦ୍ର ଲେଙ୍କା, ସାମ୍ବାଦିକ ଗୋପାଳ କୃଷ୍ଣ ରାଉତ, ଗ୍ରୀନ ଓଡିଶାର ପ୍ରତିଷ୍ଠାତା ବିଶ୍ୱରଞ୍ଜନ ବେହେରା, କେନ୍ଦୁଝର ବଞ୍ଚାଅ ମଞ୍ଚର ସଭାପତି ଦାମୋଦର ବେହେରା, ଗ୍ରୀନ ଓଡିଶାର ସହସମ୍ପାଦକ ରବି ପାତ୍ର ପ୍ରମୁଖ ଯୋଗଦେଇ ଝୁଣାବାଡି ଠାରେ ଚାରା ରୋପଣ କରିଥିଲେ । ଏଥିରେ କୃଷ୍ଣଚୁଡା, ଆକାଶିଆ, ଉଇକଲ ପଟାସ, ଲିମ୍ବ ଆଦି ଚାରା ରୋପଣ କରାଯାଇଥିଲା । ଗଛ ଗୁଡିକୁ ଉପଯୁକ୍ତ ସୁରକ୍ଷା ଦେଇ ବଡ କରିବାର ସମସ୍ତ ଦାୟିତ୍ୱ କେନ୍ଦୁଝର ବଞ୍ଚାଅ ମଞ୍ଚ ନେଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୮୦ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା । ଆସନ୍ତା ସପ୍ତାହରେ ଶାଳଣିଆଁ, ଶାସଙ୍ଗ ଆଦି ଗ୍ରାମରେ ଦୁଇଶହରୁ ଉର୍ଦ୍ଧ ଚାରା ରୋପଣ କରାଯିବାକୁ ନିଷ୍ପତି ହୋଇଥିଲା ।


