ଶହୀଦ ଗୁଣାକାର ରାଓ’ଙ୍କ ୩୦ ତମ ଜୟନ୍ତୀ’ରେ “ଅମର ଯବାନ” ସ୍ମୃତିସ୍ତମ୍ଭ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ  

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ’ର ଓଡିଶା-ଆନ୍ଧ୍ର ସୀମାନ୍ତ’ରେ ଥିବା ଶୈବଗିରି ପାର୍ବତମାଳା ପାଦ ଦେଶରେ ପ୍ରତିଷ୍ଠା ହୋଇଥିବା ସ୍ମୃତିସ୍ତମ୍ଭ ଠାରେ ଶହୀଦ ଗୁଣାକାର ରାଓ’ଙ୍କ ୩୦ତମ ଜୟନ୍ତୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି  l ରାମାନନ୍ଦୀ ହନୁମାନ ଦାସ ଆଶ୍ରମ ପକ୍ଷରୁ ଏହି ଜନ୍ମ ଜୟନ୍ତୀ ପାଳନ ଆୟୋଜନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସେନା ଅଧିକାରୀ ସୁବେଦାର ମେଜର ଏନ: ମାର୍କଣ୍ଡ ରାଓ ,  ମନୋଜ କୁମାର ଦାସ ଏବଂ ଏନ: ସୂର୍ଯ୍ୟା ନାରାୟଣ ପ୍ରମୁଖ ଯୋଗ ଦେଇ ଶହୀଦ ଗୁଣାକାର ରାଓ’ଙ୍କ ସ୍ମୃତିସ୍ତମ୍ଭ ଠାରେ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।  ଗୁଣାକାର ରାଓ, ଜାମ୍ମୁ ଓ କାଶ୍ମୀର’ର କୁଲଗାଓଁ  ଠାରେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ ରେଜିମେଣ୍ଟ’ର ଏମଇ: ଗ୍ରୁପ’ରେ କାର୍ଯ୍ୟରତ ଥିଲେ  l   ତେବେ ଗତ ୧୧/୦୪/୨୦୧୮ ତାରିଖ ରାତିରେ ଦେଶ ସୁରକ୍ଷା ପାଇଁ କୁଲଗାଓଁ’ ର ପାର୍ବତ୍ୟ ଘାଟି ଅଞ୍ଚଳ’ରେ ରାତ୍ରିକାଳିନ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ  ପାକିସ୍ଥାନୀ ସମର୍ଥିତ ଉଗ୍ରବାଦୀ  ମାନେ ହଠାତ ଲୁଚିଆସି ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ  l  ସେଥିରେ ଗୁଣାକାର ରାଓ ଗୁଳିବାଜି ସହିଦ ହୋଇଥିଲେ  l  ଶହୀଦ ଗୁଣାକାର ରାଓ ଭାରତୀୟ ସେନାରେ ଜଣେ ଆଗଧାଡିର ଦକ୍ଷ ଓ ସାହସି ଡ୍ରାଇଭର ଥିଲେ  l ପେଟ୍ରୋଲିଙ୍ଗ ସମୟରେ ତାଙ୍କୁ ଗୁଳି ବାଜିବା ସତ୍ତ୍ୱେ ସେ ସାହାସ’ର ସହ ପେଟ୍ରୋଲିଙ୍ଗ ଗାଡିକୁ ଏକ ନିଛାଟିଆ ତଥା ଲୁକ୍କାୟିତ ସ୍ଥାନକୁ ନେଇ  ଗାଡିକୁରଖି ଅନ୍ୟ ଯବାନ ମାନଙ୍କ ଜୀବନ ବଞ୍ଚାଇବା’ରେ ସକ୍ଷମ ହୋଇଥିଲେ  ଏବଂ ପରେ ସେ ଟଳି ପଡ଼ିଥିଲେ  l   ସେହି ମହାନ ଶହୀଦ’ଙ୍କ ଆଜି ହେଉଛି 30 ତମ ଜନ୍ମ-ଜୟନ୍ତୀ ଦିନ l ଆଜିର ଏହି ତାଙ୍କର ଜନ୍ମ ଦିନରେ  “ଅମର ଶହୀଦ ଜବାନ ” ସ୍ମୃତିସ୍ତମ୍ଭ ସମସ୍ତେ ଏକତ୍ରିତ ହୋଇ ତାଙ୍କପ୍ରତି ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଶହୀଦ ଗୁଣାକାର’ ଙ୍କ ପ୍ରତି ବିଭିନ୍ନ ସ୍ଲୋଗାନ ଦେଇଥିଲେ  l  ଏହି କାର୍ଯ୍ୟକ୍ରମ’ରେ ହରି ମୋହନ ପଟନାୟକ , ଲୋକନାଥ ମିଶ୍ର ଏବଂ ଆଶ୍ରମ ର ପ୍ରତିଷ୍ଠାତା ଅମିତ ପଟନାୟକ’ଙ୍କ ସମେତ ବିଶ୍ୱହିନ୍ଦୁ ପରିଷଦ , ପୂର୍ବତନ ଭାରତୀୟ ସେନା କର୍ମଚାରି  ଏବଂ ପରିବାର ବର୍ଗ ଓ କାବିଟି ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ    l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ