ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଧାମନଗର, (ସନ୍ତୋଷ କୁମାର ପ୍ରଧାନ) :-କାର୍‌ରେ ସ୍ୱାମୀ ଓ ସ୍ତ୍ରୀ ଶ୍ୱଶୁର ଘର ଯାଉଥିଲେ । ସାଙ୍ଗରେ ଥିଲା ଦୁଇ ବର୍ଷର ଝିଅ। ମଝି ରାସ୍ତାରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା! ପତ୍ନୀଙ୍କ ଆଖି ଆଗରେ ଚାଲିଗଲା ପତିଙ୍କ ଜୀବନ। ଆଜି ଅପରାହ୍ନରେ ଏମିତି ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି । ଭଦ୍ରକ ଜିଲ୍ଲା ଧାମନଗର ଅସୁରାଳି ଅଞ୍ଚଳର ସୁରେନ୍ଦ୍ର ସାହୁ, ତାଙ୍କ ସ୍ତ୍ରୀ ରେଣୁବାଳା ସାହୁ ଓ ତାଙ୍କ ଦୁଇ ବର୍ଷର ଶିଶୁକନ୍ୟା କାର୍‌ରେ ଯୋଗେ ଅପରାହ୍ନରେ ଶ୍ୱଶୁର ଘର ସୋରକୁ ଯାଉଥିଲେ । ତେବେ କାର୍‌ଟି ଭାରସାମ୍ୟ ହରାଇ ୧୬ ନମ୍ୱର ଜାତୀୟ ରାଜପଥର ରାହାଞ୍ଜ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ଗାଡ଼ିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ତେବେ ରେଣୁବାଳା ଓ ତାଙ୍କ ଝିଅ ଆହତ ହୋଇଥିଲେ । ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ରେଣୁବାଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ସୁରେନ୍ଦ୍ର ଧାମନଗର ବିଦ୍ୟୁତ ବିଭାଗରେ କାର୍ଯ୍ୟ କରନ୍ତି ଓ ସେ କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘର ସଭାପତି ଅଟନ୍ତି । ତାଙ୍କର ମୃତ୍ୟୁ ରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ