ଅବକାରୀ ଚଢଉ, ଦେଶୀମଦ ଜବତ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନ ରେ ଜିଲ୍ଲାରେ ଥିବା ବିଭିନ୍ନ ଅବକାରୀ ଥାନା ପକ୍ଷରୁ ଚଢଉ ଜାରି ରହିଛି | ଏହି କ୍ରମରେ ଭ୍ରାମ୍ୟମାଣ ଅବକାରୀ ଦଳ, ଓ ଅବକାରୀ ଥାନାର ଅଧିକାରୀ ଓ କର୍ମଚାରୀମାନେ ଦୈନନ୍ଦିନ ଚଢଉ ଜାରି ରଖିଛନ୍ତି |  ସଦର ଅବକାରୀ ବିଭାଗ ଦ୍ବାରା ଆଜି ପେଟ୍ରୋଲିଂ କରୁଥିବା ସମୟରେ ଗୁମ୍ମାନାଳ ନିକଟରେ ଚୋରା ମଦକାରବାର ଉପରେ ଚଢଉ କରାଯାଇଥିବା ବେଳେ ୩ଟି ପୃଥକ ମାମଲାରେ ମୋଟ ୧୬୮ ଲିଟର ଚୋରା ଦେଶୀ ରନ୍ଧା ମଦ ଏବଂ ୩୨୦୦ଲିଟର ମହୂଲପୋଚକୁ ଜବତ କରାଯାଇ ନଷ୍ଟ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ | ପୃଥକ ଘଟଣାରେ ସମ୍ପୃକ୍ତ ଜଣେ ମହିଳା ଓ ଜଣେ ମହିଳାଙ୍କୁ ପୁରୁଷଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ