ପି.ଏଚ.ଇ.ଓଙ୍କ ବଦନ୍ୟତା : ଅସହାୟଙ୍କୁ ପୋଷାକ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାନୀ ବ୍ଲକରେ କାର୍ଯ୍ୟରତ ପି.ଏଚ.ଇ.ଓ (ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ) ମମତା ପାଢ଼ୀ ଅସହାୟଙ୍କୁ ପୋଷାକ ପ୍ରଦାନ କରି ନିଜର ବଦନ୍ୟତାର ପରିଚୟ ଦେଇଛନ୍ତି I ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟରେ ରଥଯାତ୍ରା ଉପଲକ୍ଷେ ପ୍ରତ୍ୟହ ସନ୍ଧ୍ୟାରେ ଭକ୍ତି ସଂଗୀତ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଗଜପତି ପ୍ରଶାସନ ଦ୍ୱାରା ଆୟୋଜିତ ହୋଇ ଆସୁଥିଲା I ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସହରର ବହୁ ବ୍ୟକ୍ତି ବିଶେଷ ସମେତ ଭକ୍ତ ଶ୍ରଦ୍ଧାଳୁମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଥିଲେ I ଗତକାଲି ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ରଜନୀ ରହିଥିଲା I ଏଥିରେ ଜଣେ ଗରିବ ଅସହାୟ ବ୍ୟକ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡପ ସମ୍ମୁଖରେ ତଳ ଭାଗରେ ବସି ଭକ୍ତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖୁଥିଲେ I  ହେଲେ ତାଙ୍କ ଦେହରେ ପୋଷାକ ନଥିଲା I ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ପି.ଏଚ.ଇ.ଓ ମମତା ପାଢ଼ୀ ଏହି ଅସହାୟ ବ୍ୟକ୍ତିଙ୍କୁ ଦେଖି ନିକଟସ୍ଥ ଏକ ଲୁଗା ଦୋକାନରୁ ଏକ ହଳ ପ୍ୟାଣ୍ଟ, ସାର୍ଟ କିଣିଆଣି କାର୍ଯ୍ୟକ୍ରମ ଶେଷରେ ସମ୍ପୃକ୍ତ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ମଞ୍ଚ ଉପରକୁ ଡାକି ପରିଧାନ କରିବା ପାଇଁ ନୂତନ ପୋଷାକ ପ୍ରଦାନ କରିଥିଲେ I ପି.ଏଚ.ଇ.ଓ ମମତା ପାଢ଼ୀଙ୍କ ଏପରି ବଦନ୍ୟତା ଦେଖି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକେ ପ୍ରଂଶସା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ