ନିରାମୟ ଔଷଧ କେନ୍ଦ୍ରରେ ଫାର୍ମାସିଷ୍ଟଙ୍କ ଅନୁପସ୍ଥିତ : ରୋଗୀଙ୍କ ଅସନ୍ତୋଷ ବ୍ୟକ୍ତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ସରକାର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ପ୍ରାଥମିକତା ଦେଉଥିବା ବେଳେ। ଗଜପତି ଜିଲ୍ଲା ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ନିରାମୟ ଔଷଧ କେନ୍ଦ୍ରରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅଞ୍ଚଳର ତଥା ଜିଲ୍ଲା ବହାରରୁ କୋଣ ଅନୁକୋଣରୁ ଅନେକ ରୋଗୀ ଉପକୃତ ହେଉଥିବା ଜଣାପଡୁଛି। ଏହାର କାରଣ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ବିଷୟରେ ଅନେକ ସମୟରେ ଆମେ ସମସ୍ତେ ଅବଗତ । କିନ୍ତୁ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ଅବହେଳା ମନୋଭାବକୁ ତିପ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀ । ସୂଚନାଯୋଗ୍ୟ ଯେ ରବିବାର ରୋଗୀଙ୍କ ଚିକିତ୍ସା ପରେ ନିରାମୟ ଔଷଧ କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଧାଡ଼ି ଲାଗିଥିଲେ ମଧ୍ୟ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀଙ୍କ ଅସନ୍ତୋଷ ବୃଦ୍ଧି ପାଇଥିଲା । ନିରାମୟ ଔଷଧ କେନ୍ଦ୍ର ଆଗରେ ଏକ ଛୋଟ ପିଲାର ଗୁରୁତ୍ୱର ଅବସ୍ଥା ଦେଖି ଅନ୍ୟ ରୋଗୀମାନେ ଉତେଜନା ମୂଳକ ପରିସ୍ଥିତି ଦେଖିବାକୁ ଦେଖିବାକୁ ମିଳିଛି । କାର୍ଯ୍ୟରତ ଫାର୍ମାସିଷ୍ଟ ଉମେଶ ଚନ୍ଦ୍ର ନାୟକଙ୍କୁ ପଚାରିବାକୁ ନିରାମୟ ଔଷଧ କେନ୍ଦ୍ରକୁ ଯାଇଥିବା ବେଳେ ନିରାମୟ ଔଷଧ କେନ୍ଦ୍ରରେ ସେଫୋଟାକ୍ସାଇମ୍ ଇଞ୍ଜେକ୍ସନ୍ ମେ ୨୦୨୨ ତାରିଖରେ ସମୟ ସୀମା ସରିଯାଇଛିଥିଲେ ମଧ୍ୟ ଏହି ଇଞ୍ଜେକ୍ସନ ନିରାମୟ ଔଷଧ କେନ୍ଦ୍ର ଠାରେ ଥିବା ଦେଖିବାକୁ ମିଳିଛି । ଏଠାରେ ବଡ଼ ପ୍ରଶ୍ନ ଉଠେ ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରୋଗୀଙ୍କୁ ଔଷଧ ବଦଳରେ ବିଷ ଦିଆଯାଉନି ତ ?ଏନେଇ ସାଧାରଣରେ ଅନେକ ପ୍ରଶ୍ନ ବାଛି ସୃଷ୍ଟି ହେଉଛି। ଗୁମ୍ମା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଥିବା ବେଳେ ଅନେକ ସମୟରେ ନିରୀହ ଆଦିବାସୀ ଠକାମୀର ଶିକାର ହେଉଥିବା ବେଳେ ସ୍ୱାସ୍ଥ୍ୟ ସେବା ସଠିକ ଭାବେ ଯୋଗାଇ ଦେବାକୁ ଦାବି ହେଉଛି।ଏନେଇ ଦାଇତ୍ଵରେ ଥିବା ଡାକ୍ତର ଚିନ୍ମୟ ବିଶ୍ୱାଳଙ୍କୁ ଯୋଗାଯୋଗ ପରେ ବି କିଛି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏପରି ଘଟଣା ପ୍ରତି ବିଭାଗ୍ୟ ଅଧିକାରୀ ଗୁରୁତ୍ୱର ସହ ଅନୁଧ୍ୟାନ କରିବାକୁ ଜୋହୋଲନ ଲିମା,ଅଶୋକ ଗମାଙ୍ଗ,ଗବ୍ରିଏଲ ଶବର,ଶିଆଳି ଭୂୟାଁ,ଭାସ୍କର ଶବର ଓ ମିନତୀ କାର୍ଜି ଦାବି କରିଛନ୍ତି ।


