ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ ରେ ପରିଣତ

ନିମାପଡା, (ସନ୍ତୋଷ ଦାସ)  :-କାହାରିକୁ ଅନାହାର ରେ ମରିବାକୁ ଦିଆଯିବ ନାହିଁ ବୋଲି ସରକାର ଘୋଷଣା କରି ଖାଦ୍ୟ ସୁରକ୍ଷା ଆଇନ ଲାଗୁ କଲେ । ପ୍ରତି ହିତାଧିକାରୀ ଙ୍କୁ ମୁଣ୍ଡପିଛା ୫ କିଗ୍ରା ଚାଉଳ/ ଗହମ ଯୋଗାଇଦେବାକୁ ସ୍ଥିର ହୋଇ ଯୋଜନା କାର୍ଯ୍ୟକାରୀ ହେଲା । ତେବେ ଗତ ଏକ ବର୍ଷ ହେବ ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳ ରେ ଏହି ଯୋଜନା ପ୍ରହସନ ରେ ପରିଣତ ହୋଇଛି । ଗରିବ ପରିବାର କୁ ନିର୍ଦ୍ଧାରିତ ପରିମାଣ ରେ ଖାଦ୍ୟ ଶସ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଦୀର୍ଘ ଏକ ବର୍ଷ ହେବ ହିତାଧିକାରୀ ମାନଙ୍କୁ ଗହମ ପ୍ରଦାନ କରାଯାଇନ ଥିବାବେଳେ ଚାଉଳ ବି ଠିକ ପରିମାଣ ର ପ୍ରଦାନ କରାଯାଇ ନାହିଁ । ଫଳରେ ଗରିବ, ନିଃସହାୟ, ରୋଗୀଥିବା ପରିବାର ଗୁଡ଼ିକ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ବାରମ୍ବାର ହିତାଧିକାରୀ ମାନେ ଡିଲର ଓ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଙ୍କ ନିକଟ କୁ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବିଜେପି ଦଳ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଆନ୍ଦୋଳନ, ଧାରଣା ଦିଆଯାଇ ଏହି ସମସ୍ୟା ର ସମାଧାନ କରାଯିବାକୁ ଦାବିପତ୍ର ପ୍ରଦାନ କରାଗଲା ତଥାପି ବି କିଛି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ନିର୍ଦ୍ଧାରିତ ପରିମାଣ ରେ ଖାଦ୍ୟ ଶସ୍ୟ ଆସିଲେ ଆମେ ହିତାଧିକାରୀ ମାନଙ୍କୁ ଯୋଗାଇଦେବୁ ବୋଲି ଡିଲର ମାନେ କହିଛନ୍ତି l ବିଭିନ୍ନ ବ୍ୟକ୍ତି ବିଶେଷ, ସଂଗଠନ ଏ ସଂପର୍କ ରେ ବ୍ଲକ ବିଡ଼ିଓ, ଉପ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହି ଜୁଲାଇ ମାସ ଠାରୁ ସମସ୍ତ ହିତାଧୀକାରୀ ମାନଙ୍କୁ କେବଳ ଚାଉଳ ପ୍ରଦାନ କରାଯିବ । ଗହମ ଦିଆଯିବ ନାହିଁ, ଗହମ ବଦଳରେ ଚାଉଳ ନେବେ ସମସ୍ତ ହିତାଧୀକାରୀ ବୋଲି କହିଛନ୍ତି ନିମାପଡା ଓ ପିପିଲି ବ୍ଲକ ଦାୟିତ୍ବରେ ଥିବା ଯୋଗାଣ ବିଭାଗ ଅଧିକାରୀ ଇନ୍ଦ୍ରଜିତ ସିଂ । ଏକ ବର୍ଷ ହେବ ଏପରି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ସରକାର ଙ୍କ ଯୋଗାଣ ବିଭାଗ ଚୁପ୍ ବସିଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ୮ମାସ ର ଗହମ ହିତାଧୀକାରୀ ମାନଙ୍କୁ କେବେ ମିଳିବ କାହାରି ପାଖରେ ଉତ୍ତର ନାହିଁ । କେନ୍ଦ୍ର ସରକାର ନିର୍ଦ୍ଧାରିତ ପରିମାଣ ର ଖାଦ୍ୟଶସ୍ୟ ଯୋଗାଇ ଦେଉଥିବା ବେଳେ କାହିଁକି ହିତାଧୀକାରୀ ମାନଙ୍କୁ ଗହମ ପ୍ରଦାନ କରାଗଲା ନାହିଁ ବୁଝି ହେଉ ନାହିଁ। ଗହମ ର ମୂଲ୍ୟ ବୃଦ୍ଧି ପାଇଥିବାରୁ ସମସ୍ତେ ଏହି ଗହମ କୁ କଳାବଜାର ରେ ବିକ୍ରୀ କରି ସମସ୍ତ ଅର୍ଥ କୁ ହରିଲୁଟ କରିଦେବାକୁ ଯୋଜନା କରିଥିବାରୁ ଏହି ଘଟଣା ର ଭିଜିଲାନ୍ସ ତଦନ୍ତ କରିବାକୁ ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ