ଗୋଠଦା ଗାଦିବ୍ରହ୍ମ ପୀଠରେ ବିବାହ ଉତ୍ସବ ଆରମ୍ଭ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଗୋଠଦା ଗାଦିବ୍ରହ୍ମ ପୀଠ ବହୁ ପୁରାତନ ପୀଠ ହୋଇଥିବା ବେଳେ ବିଭିନ୍ନ ସମୟରେ ପୂଜାର୍ଚ୍ଚନା କରାଯାଉଅଛି । ଏପରିକି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମମାନ ପ୍ରତିବର୍ଷ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜନ କରାଯାଇଥାଏ । ହେଲେ ଚଳିତ ବର୍ଷ ଆଡଭୋକେଟ ସୁରେଶ ଚନ୍ଦ୍ର ଦାସଙ୍କ ଉଦ୍ୟମରେ ନିଡାମ୍ବର ଭାବେ ପୀଠ ପରିସରରେ ପ୍ରଥମ କରି ବିବାହୋତ୍ସବ ଆୟୋଜନ କରାଯାଇଥିଲା । ଏହି ବିବାହ ଉତ୍ସବରେ ବର ଭାବେ ପ୍ରଶାନ୍ତ କୁମାର ସେଠୀ ଓ କନ୍ୟା ଭାବେ ଲକ୍ଷ୍ମୀପ୍ରିୟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଡଭୋକେଟ ଶ୍ରୀ ଦାସ ନବଦମ୍ପତିକୁ ଆର୍ଶୀବାଦ ପ୍ରଦାନ କରିବା ସହିତ ଉଭୟଙ୍କୁ ପଠାଇବାର ବ୍ୟବସ୍ଥା କରାଇଥିଲେ । ଆଡଭୋ-କେଟ ଶ୍ରୀ ଦାସଙ୍କର ଏଭଳି ପ୍ରୟାସ ପାଇଁ ଗୋଠଦା ଗ୍ରାମବାସୀମାନେ ଭୂୟସୀ ପ୍ରଶଂସା କରୁଥିବା ବେଳେ ଗ୍ରାମର ପ୍ରହଲ୍ଲାଦ ପାଢୀ, ଚୈତନ୍ୟ ମହାନ୍ତି, ବିକ୍ରମ ସାହୁ, ଅଭିମନ୍ୟୁ ସାହୁ, ତ୍ରିଲୋଚନ ମହାନ୍ତି, ପ୍ରମୋଦ ବାରିକ, ନଟୁ ସାହୁ ପ୍ରମୁଖ ଆଡଭୋକେଟ ଶ୍ରୀ ଦାସଙ୍କୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ