ଅଲଣା ସମବାୟ ସମିତି ନିର୍ବାଚନ : ସୁଜିତ ସଭାପତି ଭାବେ ନିର୍ବାଚିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ସମବାୟ ସମିତିର ସଭାପତି ଭାବେ ସୁଜିତ କୁମାର ମଲ୍ଲିକ ନିଦ୍ୱର୍ନ୍ଦ୍ୱରେ ମଙ୍ଗଳବାର ନିର୍ବାଚିତ ହୋଇଛନ୍ତି । ସୁଜିତ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ଚିତରଂଜନ ନାୟକ ତାଙ୍କୁ ନିର୍ବାଚିତ ଘୋଷଣା କରିଥିଲେ । ନବନିର୍ବାଚିତ ସଭାପତି ଶ୍ରୀ ମଲ୍ଲିକ ନିଜ ବିଜୟର ଶ୍ରେୟ ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଦେଇଛନ୍ତି । ନବନିର୍ବାଚିତ ସଭାପତିଙ୍କୁ ସମିତିର ବୋର୍ଡ ସଦସ୍ୟ ମନ୍ମଥ ଓଝା, ପ୍ରମୋଦ ରାୟ, କୈଳାଶ ବେହେରା, ପ୍ରଫୁଲ ପରିଡା ପ୍ରମୁଖ ଫୁଲତୋଡା ଦେଇ ଶୁଭେଛା ଜଣାଇବା ସହିତ ବିଧାୟକ ଶ୍ରୀ ମୁଦୁଲିଙ୍କୁ ତାଙ୍କ ବାସଭବନରେ ଭେଟି ପୁଷ୍ପଗୁଛ ଦେଇ କୃତଜ୍ଞତା ଜ୍ଞାପନ କରିଛନ୍ତି । ସମିତିର ସଂପାଦକ ଜ୍ୟୋତିପ୍ରକାଶ ଲେଙ୍କା ନିର୍ବାଚନ କାର୍ଯ୍ୟକୁ ସୂଚାରୁରୂପେ ପରିଚାଳନା କରୁଥିଲେ ।