କଟକ – ଚାନ୍ଦବାଲି ରାଜ୍ୟ ରାଜପଥର ପୋଲ ଉପରେ ବିରାଟ ଖାଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କଟକ- ଚାନ୍ଦବାଲି ରାଜ୍ୟ ରାଜପଥର ଗୁଲନଗର ପୋଲ ଉପରେ ଏକ ବିରାଟ ଖାଲ ସୃଷ୍ଟି ହୋଇଛି । ଫଳରେ ସେହି ରାସ୍ତାରେ ଦୈନିକ ଯାତାୟତ କରୁଥିବା ବାଇକ ଆରୋହୀଙ୍କ ସମେତ ଅନ୍ୟ ଗାଡିଚାଳକମାନେ ଦୂର୍ଘଟଣାର ସମ୍ମୁଖୀନ ହୋଇ ଧନଜୀବନ କ୍ଷୟକ୍ଷତି ହେଉଥିବା ସ୍ଥାନୀୟ ଗୁଲନଗର ଗ୍ରାମ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଦୈନିକ ହଜାର ହଜାର ସଂଖ୍ୟାରେ ବସ, ଟ୍ରକ, ଜିପ, କାର, ଅଟୋରିକ୍ସା, ବାଇକ, ସ୍କୁଟି ପ୍ରଭୃତି ଗାଡି ଗୁଡିକ ସେହି ରାସ୍ତା ଦେଇ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ସେହି ରାସ୍ତା ଦେଇ ଯିବା ସମୟରେ ଗାଡି ଗୁଡିକ ସେହି ଖାଲରେ ପଡି ଦୂର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ଏସମ୍ପର୍କରେ ବାରମ୍ବାର ଅଭିଯୋଗ ପରେବି ସଂପୃକ୍ତ ବିଭାଗ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ କଟକ-ଚାନ୍ଦବାଲି ରାସ୍ତାର ସେହି ଖାଲକୁ ମରାମତି କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରକାଶ କୁମାର ନାୟକ, ଲକ୍ଷ୍ମୀକାନ୍ତ ନାୟକ, ନିରଞ୍ଜନ ନାୟକ, ମନୋରଞ୍ଜନ ସାହୁ ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ