କରାତଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ
ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : କରାତଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ମୋ ଗେହ୍ଲା ଝିଅ , ମୋ ସଚେତନତା , ଓ ନିର୍ଭୟ କଢି ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାସ , ଓ ଅଙ୍ଗନୱାଡି ସୁପରଭାଇଜର ଶ୍ରୀମତି କୁସୁମ କୁମାର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ଲୋକମାନଙ୍କୁ ସଚେତନତା କରିବା ସହ ସ୍ଥାନୀୟ ବାସନ୍ତୀ ଦାସଙ୍କ ଘରକୁ ଯାଇ ତାଙ୍କର ନବଜାତ ଶିଶୁ କନ୍ୟାଙ୍କୁ ବନ୍ଦାପନା କରିଥିଲେ । ଏହି ସମୟରେ ବିପୁଳିଙ୍ଗି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଟି . ନରସିଂହ ରେଡ୍ଡୀ ଉପସ୍ଥିତ ରହି ନବଜାତ କନ୍ୟାକୁ ଉପହାର ଦେବା ସହ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶକ୍ଷୟତ୍ରୀ , ଅଙ୍ଗନୱାଡି କର୍ମୀ , ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।