ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଟାସ୍କ ଫୋର୍ସ ଏଫ୍ ଉଦଘାଟନୀ ସମାରୋହ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଓଡ଼ିଶା ସରକାରଙ୍କ ପିଲାଙ୍କ ପାଇଁ ଦକ୍ଷତା ( ଶିକ୍ଷା) ଭିତ୍ତିକ ନୂତନ ଟାସକ୍ ଫୋର୍ସ ଏଫ୍ ଯୋଜନାର ଉଦଘାଟନୀ ମୋହଉତ୍ସବ ପାରଳା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଏବଂ ଶ୍ରୀ ଯୁବୁଲି ଚରଣ ବେହେରା (ସ୍ବତନ୍ତ୍ର ଅତିଥି)ଙ୍କ ଦ୍ଵାରା ଲୋକାର୍ପିତ ହୋଇସାରିଛି । ଏହି କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନ ଦେଇଥିବାବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା ଓ ଶ୍ରୀ ଭାଗବତ ପାଢ଼ୀ(ପୁରାତନ ଛାତ୍ର) ପରିଚାଳନା କରିଥିଲେ । ଏହି ଅବସରରେ କାଉନସିଲର ବାଳକୃଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା, ସିଆରସି ଏମ୍. ଉମାପତି, ଏସ୍. ଏମ୍. ସି. ସସ୍ମିତା ଗନ୍ତାୟତ ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ଶିକ୍ଷା ଆନୁସାଙ୍ଗିକ ଖେଳ, ଗୀତ, ଅଭିନୟ ଚିତ୍ରାଙ୍କନ, ତର୍କ, ଭାଷଣ, ଜ୍ଞାନ ବିଜ୍ଞାନ, ଜଣାଅଣା, ଜାଣିବା ପାଇଁ ଶିକ୍ଷକ, ପୁରାତନ ଛାତ୍ର, ଗୋଷ୍ଠୀ ର ପ୍ରମୁଖ ଭୂମିକା ଉପରେ ଆଲୋଚନା କରି ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରାମଶଙ୍କର ଗନ୍ତାୟତ, ପ୍ରକାଶ ପାତ୍ର, କବିତା ରାଉତ, ୱେଇ ଶିବ କୁମାର , ଶ୍ରୀଲକ୍ଷମୀ, ପ୍ରଭୃତି ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷୟତ୍ରୀ ସୁଜାତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ